ବ୍ରୋଞ୍ଜ ଜିତିବା ପରେ ସଫଳତା ପଛର କାରଣ କହିଲେ ମନୁ: ଗୀତା ପଢି ଇଭେଣ୍ଟକୁ ଯାଇଥିଲେ ମନୁ ଭାକର

Advertisment
ବ୍ରୋଞ୍ଜ ଜିତିବା ପରେ ସଫଳତା ପଛର କାରଣ କହିଲେ ମନୁ: ଗୀତା ପଢି ଇଭେଣ୍ଟକୁ ଯାଇଥିଲେ ମନୁ ଭାକର

କନକ ବ୍ୟୁରୋ: କ୍ରୀଡ଼ା ମହାକୁମ୍ଭରେ ପଦକ ଜିତିବା, ସବୁ କ୍ରୀଡ଼ାବିତଙ୍କ ସ୍ୱପ୍ନ। ଆଉ ଯିଏ ସେହି ସଫଳତା ପାଇଛି, ସେ ଭଲଭାବେ ଜାଣିଛି ଯେ ପଦକ ଜିତିବାର ମହତ୍ତ୍ୱ କେତେ। କିଛି ଏଭଳି ଘଟିଛି ହରିୟାଣା ଶୁଟର ମନୁ ଭାକରଙ୍କ ପକ୍ଷେ। ପ୍ୟାରିସ ଅଲିମ୍ପିକ୍ସରେ ଏୗତିହାସିକ ବ୍ରୋଞ୍ଜ ପଦକ ଜିତିଛନ୍ତି ମନୁ। ପୂର୍ବରୁ ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ପାଇଥିବା ମନୁଙ୍କ ପାଇଁ ଅଲିମ୍ପିକ୍ସ ପଦକ ପାଇବା କୌଣସି ସ୍ବପ୍ନଠାରୁ କମ୍ ନୁହେଁ। ଏଭଳି ସ୍ଥିତିରେ ମନୁ ପଦକ ଜିତି କେବଳ ଦେଶ ପାଇଁ ମହିଳାଙ୍କ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ତେବେ ମନୁଙ୍କ ଏହି ସଫଳତା ପଛର ରହସ୍ୟ କ’ଣ। ଖୋଦ୍ ମହିଳା ସୁଟର ଏହା ଉପରୁ ପର୍ଦା ହଟାଇଛନ୍ତି। ଶ୍ରୀମଦ ଭଗବତ ଗୀତା ହିଁ ମନୁଙ୍କୁ ପଦକ ଜିତାଇବାରେ ସହାୟକ ହୋଇଥିବା କହିଛନ୍ତି। ବ୍ରୋଞ୍ଜ ହାତେଇବା ପରେ ମନୁ କହିଥିଲେ ଯେ ଟୋକିଓ ଅଲିମ୍ପିକ୍ସରେ ବିଫଳତା ତାଙ୍କୁ ଖୁବ୍ ମର୍ମାହତ କରିଥିଲା। ହେଲେ ଚଳିତ ଅଲିମ୍ପିକ୍ସକୁ ସକାରାତ୍ମକ ଚିନ୍ତାଧାରା ସହ ଓହ୍ଲାଇଥିଲି। ପଦକ ଜିତିବା ପୂର୍ବରୁ ବାରମ୍ବାର ଶ୍ରୀମଦଭଗବତ ଗୀତାର ଶ୍ଳୋକକୁ ଉଚାରଣ କରୁଥିଲି। ଆଉ ଗୀତାରେ କୁହାଯାଇଛି ଯେ ନିଜ ଉପରେ ଭରସା ରଖ। ଯାହା ବିତିଗଲା, ତାକୁ ନଭାବି କେବଳ ନିଜ ଲକ୍ଷ୍ୟ ଉପରେ ଫୋକସ କରିଥିଲି ବୋଲି ମନୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe