ଭଦ୍ରକ ଚାନ୍ଦବାଲିରେ ନିର୍ବାଚନୀ ହିଂସା ନେଇ ଆକ୍ସନମୋଡରେ ଜିଲ୍ଲା ପ୍ରଶାସନ । ପୁରା ଜିଲ୍ଲାରେ ୧୪୪ ଧାରା ଜାରି

183

କନକ ବ୍ୟୁରୋ : ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏବଂ ସମ୍ପାଦକ ସୁବ୍ରତ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ଅଭିଳାଷଙ୍କ ସହ ଅନ୍ୟ ୨୦ଜଣଙ୍କୁ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କରଞ୍ଜମାଳ ପଂଚାୟତର ଖପୁରିଆ ଛକ ନିକଟରେ ଏମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାସହ ଗାଡି ମଧ୍ୟ ଭଙ୍ଗାରୁଜା ହୋଇଛି । ଏହି ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ୪ଜଣଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପଂହଚି ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ଘଟଣା ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ । ଦୋଷୀଙ୍କୁ ଗିରଫ କରିବା ସହ କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ମୁତୟନ କରାଯାଉ ବୋଲି ଦାବି କରିଛି ଦଳ । ସେପଟେ ଭଦ୍ରକ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି ହୋଇଛି ।