କନକ ବ୍ୟୁରୋ: ବଢୁଛି ମାର୍କାମରା ବାବୁଙ୍କ ହୃଦସ୍ପଦନ। ଆଶିଷ ସିଂ, ଭିନିଲ କ୍ରିଷ୍ଣା ଓ ମାଥିଭାତନଙ୍କ ପରେ ଆଉ କିଛି ବଡ ବଡ ଅଫିସରଙ୍କ ଉପରେ ମୋହନ ଛାଟ ପଡିବାର ଚର୍ଚ୍ଚା ହେଉଛି। ଯାହାକୁ ନେଇ ପାଓ୍ୱାର କରିଡରରେ ଆରମ୍ଭ ହୋଇଯାଇଛି ହଲଚଲ।

Advertisment
  • ମାର୍କାମରା ବାବୁଙ୍କ ଉପରେ କଡ଼ା ନଜର
  • ଭିନିଲ ଓ ମାଥି ପରେ କାହାର ପାଳି?
  • କିଏ ହେବ ପରବର୍ତ୍ତୀ ଉନ୍ନୟନ କମିସନର

ପାୱାର କରିଡରରେ ଆରମ୍ଭ ହୋଇଯାଇଛି ହଲଚଲ । ଟେନସନରେ ପାଣ୍ଡିଆନ୍ ମାର୍କାମରା ବାବୁ । କାରଣ ଭିନିଲକ୍ରିଷ୍ଣା ଓ ମାଥିଭାଥନନଙ୍କ ପରେ ଏବେ କାହାର ପାଳି ପଡିବ ତାକୁ ନେଇ ଚର୍ଚ୍ଚା ବଢିଛି । ଚର୍ଚ୍ଚା ହେଉଛି ଆଉ କିଛି ଅଫିସରଙ୍କ ଉପରେ ବାଜିପାରେ ମୋହନଙ୍କ ଛାଟ ।

ରୂପା ରୋଶନ ସାହୁ

୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଦୀର୍ଘ ୭ ବର୍ଷ ହେଲା ଗାଦି ମାଡ଼ି ବସିଛନ୍ତି । ନୂଆ ସରକାରଙ୍କ ସ୍କାନରରେ ଅଛନ୍ତି ଏହି ପ୍ରଭାବଶାଳୀ ଅଧିକାରୀ।

ବୀର ବିକ୍ରମ ଯାଦବ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୂର୍ତ୍ତ ବିଭାଗ ଓ ଯୋଗାଣ ବିଭାଗ ଦାୟିତ୍ବରେ ଅଛନ୍ତି । ବିଜେଡି ସରକାର ସମୟରେ ବେଶ କ୍ଷମତାଶାଳୀ ଥିଲେ । ପହଣ୍ଡି ବେଳେ ବଳଭଦ୍ର ଖସିପଡ଼ିବା ଘଟଣା ପରେ ସରକାରଙ୍କ ନଜରରେ ବୀରବିକ୍ରମ । ଏହିଭଳି କିଛି ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି ବିଜେପି ସରକାର ।

  • ଦିଲ୍ଲୀ ଯିବେ ଅନୁ ଗର୍ଗ!
  • ସତ୍ୟବ୍ରତ ସାହୁ ହୋଇପାରନ୍ତି ଉନ୍ନୟନ କମିସନର

ଆଗକୁ ଆହୁରି ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିପାରେ। ବହୁଦିନ ଧରି କୃଷି ଉତ୍ପାଦ କମିସନର ପଦବୀ ଖାଲି ପଡିଛି । ଜଣେ ବରିଷ୍ଠ ଅଧିକାରୀଙ୍କୁ ଏପିସି ଭାବେ ନିଯୁକ୍ତ କରିପାରନ୍ତି ମୋହନ ସରକାର । ସ୍ବାସ୍ଥ୍ୟ, ରାଜସ୍ବ, ଖଣି, ଗୃହ ବିଭାଗ ସଚିବ ବଦଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ନୂଆ ଟିମ୍ ପାଇଁ ଆରମ୍ଭ ହେଲାଣି ଜୋରଦାର କସରତ। ଏପଟେ କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏନେଇ ଥମୁନି ଚର୍ଚ୍ଚା । ସୂଚନା ଅନୁସାରେ ଖୁବଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତି ନେବେ ସରକାର ।