କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ସମୟରେ ଯେଉଁ ଘରେ ଶହ ଶହ ଶବ ରଖାଯାଇଥିଲା, ସେହି ଘର ଭାଙ୍ଗିବାକୁ ଶେଷରେ ନିଷ୍ପତି ହୋଇଛି । ଆଉ ଏହି ନିଷ୍ପତି ପରେ ଡାଇନିଂ ହଲ୍ ତଥା ପ୍ରାର୍ଥନା ଘର ଭାବେ ବ୍ୟବହାର ହେଉଥିବା ପ୍ରାଥମିକ ସ୍କୁଲ ଘରକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍କୁଲ ଘରରେ ଶବ ରଖାଯିବା କାରଣରୁ ଏହାକୁ ଭାଙ୍ଗିବା ପାଇଁ ସ୍କୁଲ କମିଟି ଜିଲ୍ଲା ପ୍ରଶାସନକୁ ଦାବି କରି ଆସୁଥିଲା । ଖୋଦ୍ ଜିଲ୍ଲାପାଳ ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ପରିଚାଳନା କମିଟି ସଦସ୍ୟଙ୍କ ଆଲୋଚନା କରିବା ପରେ ସ୍କୁଲ ଘର ଭାଙ୍ଗିବାକୁ ନିଷ୍ପତି ନିଆଯାଇଛି । ତେବେ ସ୍କୁଲ ଘର କୌଣସି ଅବାସ୍ତବିକ ପରିକଳ୍ପନା କିମ୍ବା ଭୂତ ଭୟ ପାଇଁ ଭଙ୍ଗାଯାଉନାହିଁ ବରଂ ସ୍କୁଲ ଘର ଅସୁରକ୍ଷିତ ଅବସ୍ଥାରେ ଥିବାରୁ ଏହି ନିଷ୍ପତି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛି ।

Advertisment

ଏସବୁ ଭିତରେ ବାହାନଗା ସ୍କୁଲକୁ ନୂଆ ରୁପଦେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଫାଇଭ୍-ଟି ଉପକ୍ରମରେ ସ୍କୁଲର ପୁନଃନିର୍ମାଣ କରାଯିବା ସହ ଏହାକୁ ଆଦର୍ଶ ସ୍କୁଲ ଭାବେ ଗଢ଼ି ତୋଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିକ୍ରମରେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟି, ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଫାଇଭ୍-ଟି ସଚିବ ।

ଟ୍ରେନ୍ ଦୁର୍ଘଟଣା ସମୟରେ ବାହାନଗା ଅଂଚଳବାସୀ ଯେଉଁ ସାହାସିକତା ଓ ମାନବିକତା ଦେଖାଇଥିଲେ, ତାକୁ ଦୃଷ୍ଟିରେ ସ୍କୁଲ ବିକାଶ ଓ ଛାତ୍ରଛାତ୍ରୀଙ୍କ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।