କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡ ଯୋଶୀମଠରେ ଯେଉର୍ଁ ସ୍ଥିତି ଜାରି ରହିଛି ଏବେ ଠିକ ସେମିତି କିଛି ଦେଖିବାକୁ ମିଳିଛି ଜମ୍ମୁକାଶ୍ମୀର ରାମବନ ଜିଲ୍ଲାରେ । ବିଭିନ୍ନ ସ୍ଥାନରେ ରାସ୍ତା ଫାଟି ଆଁ କରିବା ସହ ଘରଦ୍ୱାର ଭାଙ୍ଗିବାରେ ଲାଗିଛି । କିଛି ସ୍ଥାନୀୟରେ ଭୟଙ୍କର ଭୂସ୍ଖଳନ ଦେଖିବାକୁ ମିଳିଛି । ରାସ୍ତା ଭାଙ୍ଗିଯିବା ହେତୁ ଶ୍ରୀନଗର-ସୋନମାର୍ଗ ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି । କ୍ଷତିଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । କିଛି ଦିନ ପୂର୍ବରୁ ଜାମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଏଭଳି ଭୂସ୍ଖଳନ ହୋଇଥିଲା । ଏଥିରେ ଅନେକ ଘର ଓ ବସ୍ତି ନଷ୍ଟ ହୋଇଥିଲା । ବାରମ୍ବାର ଏଠାରେ ଭୂସ୍ଖଳନ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇଛି ।