ଦୁଇ ଦିନ ନୈରାଶ୍ୟଜନକ ରହିବା ପରେ ଶନିବାର ରାଜ୍ୟରେ ଲକ୍ଷେ ଟପିଲା ଟିକାରଣ । ଆଜି ରବିବାର ଥିବାରୁ ମାତ୍ର ୧୬୩ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା ।

83

କନକ ବ୍ୟୁରୋ: ଦୁଇ ଦିନ ହେଲା ନୈରାଶ୍ୟଜନକ ଥିବା ବେଳେ ଶନିବାର ରାଜ୍ୟରେ ଲକ୍ଷେ ଟପିଛି ଟିକାକରଣ । ୪୨୫ ଟିକାକେନ୍ଦ୍ରରେ ୧ ଲକ୍ଷ ୮ ହଜାର ୧୫୦ ଡୋଜ୍ ଟିକା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧ କୋଟି ୨୦ ଲକ୍ଷ ୬୦ ହଜାର ୩୯୧ ଡୋଜ୍ ଟିକାକରଣ ହୋଇଛି ।

ଆଜି ରବିବାର ହୋଇଥିବାରୁ ମାତ୍ର ୧୬୩ ଟିକା କେନ୍ଦ୍ରରେ ଟିକାକରଣ ହେବ । ମାତ୍ର ୩ଟି ଜିଲ୍ଲାରେ ଟିକା ଦିଆଯିବ । କେନ୍ଦ୍ରାପଡ଼ାରେ ୮୦ଟି ଟିକା କେନ୍ଦ୍ର, ପୁରୀରେ ୬୭ ଓ ରାୟଗଡ଼ାରେ ୧୬ଟି ଟିକାକେନ୍ଦ୍ରରେ ଟିକାକରଣ କରାଯିବ । ବର୍ତମାନ ରାଜ୍ୟରେ ୯ ଲକ୍ଷ ୮୧ ହଜାର ୧୯୦ କୋଭିସିଲ୍ଡ ଏବଂ ୩ ଲକ୍ଷ ୯୧ ହଜାର ୫୪୦ ଡୋଜ୍ କୋଭାକ୍ସିନ୍ ଟିକା ମହଜୁଦ ଅଛି । ତେଣୁ ସୋମବାର ଠାରୁ ରାଜ୍ୟରେ ଟିକାକରଣ ବୃଦ୍ଧି ପାଇବା ସମ୍ଭାବନା ରହିଛି ।