ବଦଳିଲା ଛୁଟି ନିୟମ...ଏଣିକି ଦ୍ୱିତୀୟ ଥର ଗର୍ଭବତୀ ହେଲେ ମିଳିବନି କୌଣସି ବି ସୁବିଧା । ପ୍ରଥମ ଗର୍ଭରେ ଜାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳା କର୍ମଚାରୀ, ଦ୍ୱିତୀୟ ଥର ଗର୍ଭଧାରଣ କଲେ ଆଉ ମିଳିବନି ମାତୃତ୍ୱକାଳୀନ ଅବକାଶ

Advertisment
ବଦଳିଲା ଛୁଟି ନିୟମ...ଏଣିକି ଦ୍ୱିତୀୟ ଥର ଗର୍ଭବତୀ ହେଲେ ମିଳିବନି କୌଣସି ବି ସୁବିଧା । ପ୍ରଥମ ଗର୍ଭରେ ଜାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳା କର୍ମଚାରୀ, ଦ୍ୱିତୀୟ ଥର ଗର୍ଭଧାରଣ କଲେ ଆଉ ମିଳିବନି ମାତୃତ୍ୱକାଳୀନ ଅବକାଶ

କନକ ବ୍ୟୁରୋ: ସରକାରୀ ଚାକିରି କରୁଥିବା ବିବାହିତ ମହିଳାମାନେ ସେମାନଙ୍କର ପ୍ରଥମ ଗର୍ଭ ଧାରଣ କାଳରେ ଯଦି ଜାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଆଉଥରେ ଗର୍ଭ ଧାରଣ କରି ଆଉ ଗୋଟିଏ ଶିଶୁକୁ ଜନ୍ମ ଦେଉଛନ୍ତି, ତେବେ ସେ କ୍ଷେତ୍ରରେ ସେମାନଙ୍କୁ ଦ୍ୱିତୀୟ ଥରର ଗର୍ଭଧାରଣ ପାଇଁ ମାତୃତ୍ୱ ଛୁଟି କିମ୍ବା ମାତୃତ୍ୱକାଳୀନ ଅନ୍ୟ କୌଣସି ପ୍ରକାରର ସୁବିଧା ସୁଯୋଗ ମଳିପାରିବ ନାହିଁ। ଏବଂ ଦ୍ୱିତୀୟ ଥର ପାଇଁ ଗର୍ଭ ଧାରଣ କରି ସେ ଜନ୍ମ ଦେଉଥିବା ଶିଶୁଟିକୁ ତାଙ୍କର ତୃତୀୟ ସନ୍ତାନ ବୋଲି ବିବେଚନା କରାଯିବ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ ।

publive-image

ସରକାରୀ ଚାକିରି କରୁଥିବା ବିବାହିତ ମହିଳାମାନଙ୍କୁ ଦୁଇଟି ସନ୍ତାନ ଜନ୍ମ ନିମନ୍ତେ ସରକାରଙ୍କ ପକ୍ଷରୁ ମାତୃତ୍ୱ ଛୁଟି ସମେତ ମାତୃତ୍ୱକାଳୀନ ଅନ୍ୟ ବହୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉଥିଲା।

publive-image

ତେବେ, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏ ପି ଶାହୀ ଓ ଜଷ୍ଟିସ୍‌ ସୁବ୍ରମଣ୍ୟମ ପ୍ରସାଦଙ୍କୁ ନେଇ ଗଠିତ ଏକ ଖଣ୍ଠପୀଠ ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଚାକିରି କରୁଥିବା ବିବାହିତ ମହିଳା ତାଙ୍କର ପ୍ରଥମ ଗର୍ଭ ଧାରଣ କାଳରେ ଯଦି ଜାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଆଉଥରେ ଗର୍ଭ ଧାରଣ କରି ଆଉ ଗୋଟିଏ ଶିଶୁକୁ ଜନ୍ମ ଦେଉଛନ୍ତି, ତେବେ ସେ କ୍ଷେତ୍ରରେ ତାଙ୍କୁ ଦ୍ୱିତୀୟ ଥରର ଗର୍ଭଧାରଣ ପାଇଁ ମାତୃତ୍ୱ ଛୁଟି କିମ୍ବା ମାତୃତ୍ୱକାଳୀନ ଅନ୍ୟ କୌଣସି ପ୍ରକାରର ସୁବିଧା ସୁଯୋଗ ମଳିପାରିବ ନାହିଁ। ଏବଂ ଦ୍ୱିତୀୟ ଥର ପାଇଁ ଗର୍ଭ ଧାରଣ କରି ସେ ଜନ୍ମ ଦେଇଥିବା ଶିଶୁଟିକୁ ତାଙ୍କର ତୃତୀୟ ସନ୍ତାନ ବୋଲି ବିବେଚନା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe