ଚିକିତ୍ସା ପରେ ସୁସ୍ଥ ହେଲେ ସୌରଭ ଗାଙ୍ଗୁଲି । ସ୍ୱାସ୍ଥ୍ୟବସ୍ଥା ସ୍ଥିର ନେଇ ସୂଚନା ଦେଲେ ଡାକ୍ତର

ଚିକିତ୍ସା ପରେ ସୁସ୍ଥ ହେଲେ ସୌରଭ ଗାଙ୍ଗୁଲି । ସ୍ୱାସ୍ଥ୍ୟବସ୍ଥା ସ୍ଥିର ନେଇ ସୂଚନା ଦେଲେ ଡାକ୍ତର

କନକ ବ୍ୟୁରୋ : ବିସିସିଆଇର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତାର ଉଡ୍‌ଲ୍ୟାଣ୍ଡ୍‌ ଡାକ୍ତରଖାନାରେ ପ୍ରାଥମିକ ଆଞ୍ଜିଓପ୍ଲାଷ୍ଟି ପରେ ଏବେ ସୁସ୍ଥ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ସାମ୍ବାଦିକ ବୋରିଆ ମଜୁମ୍‌ଦାର୍‌ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଜଣାଇଛନ୍ତି କି ଉଡ୍‌ଲ୍ୟାଣ୍ଡ୍‌ ଡାକ୍ତରଖାନାରୁ ମିଳିଥିବା ସୂଚନାନୁସାରେ ସୌରଭ ଗାଙ୍ଗୁଲୀ ଏବେ ସୁସ୍ଥ ଅଛନ୍ତି। ତେବେ ତାଙ୍କର ଆର୍ଟେରି ବ୍ଳକେଜ ରହିଥିବା ହେତୁ ଏଭଳି ସମସ୍ୟା ଦେଖ‌ ଦେଇଥିବା ଡାକ୍ତରମାନେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ସକାଳେ କୋଲକାତା ବାସଭବନରେ ଥିବା ତାଙ୍କ ଜିମରେ ବ୍ୟାୟାମ କରିବା ସମୟରେ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା।

ଏହି ଖବର ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଥିଲେ। ସେ ସୌରଭ ଗାଙ୍ଗୁଲିଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଏଥସହ ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ ( ଆଇସିସି), ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଭଳି ଶୀର୍ଷ କ୍ରିକେଟ୍ ସଂଗଠନଗୁଡ଼ିକ ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।

ପୂର୍ବତନ ଅର୍ଥମନ୍ତ୍ରୀ ତଥା ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ମୁଖ୍ୟ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ୬୮ତମ ଜନ୍ମ ବାର୍ଷିକୀରେ ଦିଲ୍ଲୀ କ୍ରିକେଟ୍ ଷ୍ଟାଡିୟମରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ଗାଙ୍ଗୁଲି ନୂଆଦିଲ୍ଲୀ ଯାଇଥିଲେ।

ଏହାପୂର୍ବରୁ ସେ ଡିସେମ୍ବର ୨୪ରେ ଅନୁଷ୍ଠିତ ହୋଇଥିବା ବିସିସିଆଇର ବାର୍ଷିକ ଅଧିବେଶନରେ ଯୋଗଦେବା ପାଇଁ ଅହମ୍ମଦାବାଦରେ ଥିଲେ। ସେ ନୂଆ ବର୍ଷର ଠିକ ପୂର୍ବରୁ କୋଲକାତା ଫେରିଥିଲେ ଏବଂ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (କ୍ୟାବ) ସଭାପତି ଅଭିଷେକ୍ ଡାଲମିଆଙ୍କ ସହ ଆଗାମୀ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ପାଇଁ ପ୍ରସ୍ତୁତିର ତଦାରଖ କରିବା ପାଇଁ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe