ଟୋକନ୍ ପରେ ନୂଆ ଟେନସନ୍! ମୁଣ୍ଡ ଟେକିଲାଣି ମଣ୍ଡି ବିବାଦ, ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳୁନଥିବା ଅଭିଯୋଗ ।

348

କନକ ବ୍ୟୁରୋ: ମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ । ମାଲକାନଗିରି ଜିଲ୍ଲାରେ ଗତ ୪ ଦିନ ହେବ ଧାନ ମଣ୍ଡି ଆରମ୍ଭ ହୋଇ ଥିଲେ ହେଁ ଆରମ୍ଭରୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏଫ.ଏ.କ୍ୟୁ ର ଆଳ ଦେଖାଇ ଚାଷୀଙ୍କ ଠାରୁ କ୍ୱିଣ୍ଟାଲ, କ୍ୟୁଇନ୍ଟାଲ ପିଛା ୧୦ କେଜି ରୁ ଅଧିକ ଧାନ କାଟି ନେଉ ଥିବା ଅଭିଯୋଗ ନେଇ କୋରୁକୋଣ୍ଡା ମଣ୍ଡିରେ ଆଶାନ୍ତି ଦେଖିବାକୁ ମିଳିଛି ।

ଏପରିକି ଚାଷୀଙ୍କୁ ଧାନ ଅଖା ପଇସା ମିଳୁ ନ ଥିବା ସହ ମିଲିର ମାନେ ଧାନ ଓଜନ କରି ନେବାର ନିୟମ ରହି ଥିବା ବେଳେ ମିଲର ମାନେ ତାହା କରୁ ନାହାନ୍ତି କିମ୍ବା ଚାଷୀଙ୍କୁ ଓଜନ କରିବା ପାଉଣା ଦେଉ ନ ଥିବା ଅଭିଯୋଗ ହୋଇଛି । ଗତ ଶୁକ୍ରବାର ମଣ୍ଡି ରେ ଧାନ କ୍ରୟ ଆରମ୍ଭ ହୋଇ ଥିବା ବେଳେ କାଁ ଭାଁ ଚାଷୀଙ୍କ ଧାନ ଉଠି ଥିବା ଅଭିଯୋଗ ହୋଇଛି ।

ସବୁଠାରୁ ବଡ଼କଥା ହେଲା, ମଣ୍ଡିକୁ ନେଇ ମୁଣ୍ଡବ୍ୟଥା ହେଉଥିବାବେଳେ ଏହାର ତୁରନ୍ତ ସମାଧାନ ନ ହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତିବ୍ରତର କରା ଯିବ ବୋଲି ଚେତାଇ ଦେଇଛନ୍ତି ଚାଷୀ । ତେବେ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଏବେ ଅସନ୍ତୋଷ ଚାଷୀଙ୍କୁ କିଭଳି ମନାଇବେ ତାହା ଉପରେ ସମସ୍ତଙ୍କ ନଜର ।