ଚାଇନା ଆପ୍ ଟିକଟିକ୍ ବ୍ୟାନ ପରେ ଚାଲିଛି ବିକଳ୍ପ ଖୋଜା : ଭାରତୀୟ ଆପ୍ ଚିଙ୍ଗାରି, ମିତ୍ରୋନ୍ ଓ ରୋପୋସୋ ଉପରେ ରହିଛି ନଜର; ସେପଟେ ସେଲିବ୍ରିଟି କହିଲେ କେବଳ ଟିକଟକ୍ ନୁହେଁ ଚୀନର ସବୁ ସାମଗ୍ରୀକୁ ବୟକଟ୍ କରିବା ଜରୁରୀ

632

କନକ ବ୍ୟୁରୋ : ଟିକଟକ ସମେତ ଚୀନର ଅଧିକାଂଶ ଆପକୁ ନିଷିଦ୍ଧ କରାଯାଇଛି ।  ଏବେ ଆସନ୍ତୁ ଦେଖିବା ଏହାର ବିକଳ୍ପ କଣ ହୋଇପାରେ ।  ଟିକଟକର ବିକଳ୍ପ  ଚିଙ୍ଗାରି, ମିତ୍ରୋନ, ରୋପୋସୋ ହୋଇପାରେ । ସେହିଭଳି ଆଉ ଏକ  ଆପ ୟୁସିବ୍ରାଉସରର ବିକଳ୍ପ ବି  ଖୋଜା ଚାଲିଛି । ୟୁସି ବ୍ରାଉଜର ବିକଳ୍ପ ହୋଇପାରେ ଗୁଗୁଲ କ୍ରୋମ,ଗୁଗୁଲ ନ୍ୟୁଜ, ମୋଜିଲା ଫାୟାର ଫକ୍ସ । କ୍ୟାମସ୍କାନର ବିକଳ୍ପ ବିଷୟରେ ବି ଚର୍ଚ୍ଚା ଚାଲିଛି । ଏହାର ବିକଳ୍ପ ହୋଇପାରେ  ଆଡୋବ ସ୍କାନ, ମାଇକ୍ରୋସଫଟ ଅଫିସ ଲେନ୍ସ, ଏଭରନୋଟ ସ୍କାନାବେଲ । ସେହିଭଳି ଚୀନି ଆପ ସେୟାର ଇଟର ବ୍ୟବହାର ସମଗ୍ର ବିଶ୍ୱରେ କୌଣସି ଫାଇଲ ଟ୍ରାନଫର ପାଇଁ ବହୁଳ ଭାବରେ ଲୋକ ବ୍ୟବହାର କରନ୍ତି ।

କିନ୍ତୁ ଭାରତରେ ଏହା ବ୍ୟାନ ହେବା ପରେ ଏହାର ବିକଳ୍ପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାର ବିକଳ୍ପ ଭାବେ ଫାଇଲସ ଗୋ, ଡ୍ରପବକ୍ସ, ଆପେଲ ଏୟାରଡ୍ରପ ଓ ଜିଓ ସ୍ୱିଚକୁ ବିବେଚନା କରାଯାଉଛି । ସେହିଭଳି ସପିଂ ସାଇଟ୍ କ୍ଲବଫେକ୍ଟ୍ରି ଏବଂ ସିନର ବିକଳ୍ପ ଭାବେ  ଫ୍ଲିପକାର୍ଟ, ଆମାଜାନ ସହ ମିନତ୍ରାକୁ ବିବେଚନା କରାଯାଉଛି ।