ଗବ୍ବର ଇଜ୍ ବ୍ୟାକ୍ ! ପୁଣିଥରେ ମୈଦାନକୁ ଫେରିଲେ ଶିଖର ଧୱନ, ହାଲକା ମୁଡରେ ପ୍ରାକ୍ଟିସ ସେସନରେ ଆସିଲେ ନଜର । ଦେଖନ୍ତୁ ଭିଡିଓ ।

350

କନକ ବ୍ୟୁରୋ : ଗବ୍ବର ଇଜ୍ ବ୍ୟାକ୍ । ପୁଣିଥରେ ଗ୍ରାଉଣ୍ଡକୁ ଫେରିଲେ କ୍ରିକେଟର ଗବ୍ବର । ଆଙ୍ଗୁଠିରେ ଆଘାତ ପାଇବା ପରେ ବିଶ୍ୱକପ ମଝିରୁ ତାଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ଆଉ ଜବରଦସ୍ତ ଫର୍ମରେ ଥିବା ଶିଖର ଆହତ ହେବା ଭାରତକୁ ମଧ୍ୟ ବଡ ଝଟକା ଦେଇଛି । ତେବେ ଏସବୁ ଭିତରେ ପୁଣିଥରେ ପଡିଆରେ ନଜର ଆସିଛନ୍ତି ଶିଖର ଧୱନ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରାକ୍ଟିସ ସେସନରେ ଶିଖରଙ୍କୁ ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି । ଟ୍ରେଣ୍ଟ ବ୍ରିଜରେ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ଶିଖରଙ୍କୁ ପଡିଆ ମଝିରେ ହାଲକା ମୁଡରେ ଦେଖିବାକୁ ମିଳିଛି । ଏପରିକି ଖୁବଶୀଘ୍ର ଶିଖର ସୁସ୍ଥ୍ ପୁଣିଥରେ କମବ୍ୟାକ୍ କରିବେ ବୋଲି ବିସିସିଆଇ କହିଛି ।

ଏହାପୂର୍ବରୁ ଗତ ୯ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ଶିଖର ଧୱନଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହାସତ୍ତେ୍ୱ ମଧ୍ୟ ଶତକ ହାସଲ କରି ଟିମ୍ ଇଣ୍ଡିଆକୁ ବଡ ବିଜୟ ଭେଟି ଦେଇଥିଲେ ଶିଖର ଧୱନ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶିଖରଙ୍କୁ ବିଶ୍ରାମ ଦେବାକୁ ନିଷ୍ପତି ନେଇଥିଲା ବିସିସିଆଇ । ତେବେ ଶିଖରଙ୍କ ବଦଳରେ ଋିଷଭ ପନ୍ଥଙ୍କୁ ଦଳରେ ସାମିଲ ହେବାକୁ ଡାକରା ଆସିଥିଲା ।

ପ୍ରାକ୍ଟିସ ସେସନରେ ପଡ଼ିଆ ମଝିରେ ଶିଖର ଧୱନ ନଜର ଆସିବା ପରେ ଏବେ ପୁଣିଥରେ ଖୁବଶୀଘ୍ର ମ୍ୟାଚ୍ ଖେଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ରୋହିତଙ୍କ ସହ କିଏ ଓପନିଂ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିବ ।