ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି: ତିନି ଦିନ ପରେ ଲାଗି ହେଲା ଭୋଗ

40

କନକ ବ୍ୟୁରୋ: ତିନି ପରେ ଓପାସ ରହିବା ପରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ସ୍ୱାଭାବିକ ହୋଇଛି । ହେଲେ ସେବାୟତଙ୍କ ବିବାଦର କୌଣସି ସମାଧାନ ହୋଇନାହିଁ । ଏହାର ପ୍ରତିବାଦରେ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ଟ୍ରଷ୍ଟିବୋର୍ଡରୁ ଇସ୍ତଫା ଦେଇଛନ୍ତି । ଆଉ କହିଛନ୍ତି ମହାପ୍ରଭୁଙ୍କ ନୀତିକାନ୍ତି ନିଜ ଅନୁସାରେ କରିବେ । ଅର୍ଥାତ୍ ତାଙ୍କ ଇଛା ଅନୁସାରେ ଠାକୁରଙ୍କ ସେବା କରିବେ । ତେଣୁ ଆଗକୁ ପୂଜାପାର୍ବଣରେ ନୀତି ବିଶୃଙ୍ଖଳା ହେବାର ଆଶଙ୍କା ଦେଖା ଦେଇଛି । ଅନ୍ୟପଟେ ସେବାୟତଙ୍କ ମନମାନିକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ତିନି ପରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ସ୍ୱାଭାବିକ ହୋଇଛି । ସେବାୟତଙ୍କ ବିବାଦର କୌଣସି ସମାଧାନ ହୋଇନାହିଁ । ଏହାର ପ୍ରତିବାଦରେ ପୂଜା ପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ଟ୍ରଷ୍ଟିବୋର୍ଡରୁ ଇସ୍ତଫା ଦେଇଛନ୍ତି । ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ନିଜ ଅନୁସାରେ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଦୋକାନ ଘର ନିର୍ମାଣକୁ ନେଇ ଆରମ୍ଭ ହୋଇଥିବା ବିବାଦର ଏବେ ଭିନ୍ନ ମୋଡ ନେବାକୁ ଯାଉଛି ।

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ବିବାଦ ତୁଟି ନାହିଁ । ହେଲେ ତିନି ଦିନର ଖାଡା ଉପବାସ ପରେ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି । ମହାପ୍ରଭୁ ଲିଙ୍ଗରାଜଙ୍କୁ ଭୋଗ ଲାଗି କରାଯାଇଛି । ବିବାଦର ସମାଧାନ ହୋଇନଥିବାରୁ ପ୍ରତିବାଦରେ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡରୁ ପୂଜା ପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ଇସ୍ତଫା ଦେଇଛନ୍ତି । କହିଛନ୍ତି ଏଣିକି ନିଜ ହିସାବରେ ମହାପ୍ରଭୁଙ୍କ ସେବା କରିବେ । କିନ୍ତୁ ପ୍ରଶାସନକୁ କୌଣସି ସହଯୋଗ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏଥିସହ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପାଇଁ ଭକ୍ତଙ୍କୁ କ୍ଷମା ମାଗିଛନ୍ତି ଦୁଇ ସେବାୟତ ଗୋଷ୍ଠୀ ।
ଟ୍ରଷ୍ଟି ବୋର୍ଡରୁ ଦୁଇ ନିଯୋଗ ଇସ୍ତଫା ଦେଇଥିବାରୁ ତାଙ୍କ ଉପରେ ପ୍ରଶାସନର ଅଙ୍କୁଶ ରହିବ ନାହିଁ । ତେଣୁ ଆଗକୁ ବଡ ପର୍ବ ପର୍ବାଣୀରେ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି । ତେବେ ଲିଙ୍ଗରାଜ ମନ୍ଦିରରେ ବିବାଦ ନୁଆ ନୁହେଁ । ଆଗରୁ ବି ବହୁ ବିବାଦର ସମାଧାନ ହୋଇଥିବା ନଜିର ରହିଛି ।

ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ସେବା ପାଇଁ ତକ୍ରାଳୀନ ରାଜା କିଛି ସେବାୟତଙ୍କୁ ଆଣି ଜମି ଦେଇ ରଖାଇଥିଲେ । ପାରମ୍ପରିକ ଓ କୌଳିକ ଭାବେ ଠାକୁରଙ୍କ ସେବା କରି ଆସୁଥିବାରୁ ଏବେ ସେବାୟତ ମନମାନି ଚଳାଇଛନ୍ତି । ସେମାନେ କୌଣସି ଟ୍ରଷ୍ଟି କିମ୍ବା ଦେବୋତର ବିଭାଗ ଅଧିନରେ କାମ କରୁନାହାନ୍ତି । ହେଲେ ଦେଶର ଅନତମ ଆସ୍ଥାକେନ୍ଦ୍ର ବୈଷ୍ଣୋଦେବୀ ପୀଠରେ ବିଶୃଙ୍ଖଳା ପରେ ସରକାର ହସ୍ତକ୍ଷେପ କରି ଟ୍ରଷ୍ଟି ଗଢିବା ପରେ କିପରି ସୁରୁଖୁରରେ ସବୁ ଚାଲିଛି ତାର ଉଦାହରଣ ଦେଇଛନ୍ତି ଐତିହାସିକ ଗବେଷକ ।

ପାରମ୍ପରିକ ଭାବେ ପ୍ରଭୁ ଲିଙ୍ଗରାଜଙ୍କ ସେବା କରି ଆସୁଥିବାରୁ ସେବାୟତ ମନମାନି ଚଳାଉଛନ୍ତି । ଏପରି କି ତାଙ୍କ ସ୍ୱାର୍ଥରେ ବାଧା ଆସିଲେ ମନମାନି ଚଳାଇ ଠାକୁରଙ୍କୁ ମଧ୍ୟ ଓପାସରେ ରଖିବାକୁ ପଛାଉ ନାହାନ୍ତି । ଯାହା ଭକ୍ତଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଉଛି ।