ତିନି ଦିନର ହଙ୍ଗାମା ପରେ, ଆଜି ସ୍ୱାଭାବିକ ଚାଲିଛି ବିଧାନସଭା । ଗୃହରେ ଚାଲିଛି ପ୍ରଶ୍ନତ୍ତୋର....

Advertisment
ତିନି ଦିନର ହଙ୍ଗାମା ପରେ, ଆଜି ସ୍ୱାଭାବିକ ଚାଲିଛି ବିଧାନସଭା । ଗୃହରେ ଚାଲିଛି ପ୍ରଶ୍ନତ୍ତୋର....

କନକ ବ୍ୟୁରୋ : ତିନି ଦିନର ହଙ୍ଗାମା ପରେ ଆଜି ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଧାନସଭାରେ ପ୍ରଶ୍ନ କରୁଛନ୍ତି ବିଧାୟକ, ଆଉ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ଗତ ତିନି ଧରି ବିଧାନସଭାରେ ହଟ୍ଟଗୋଳ ଜାରି ରଖିଥିଲେ ବିରୋଧୀ ବିଧାୟକ, ଖାସ୍ କରି ଓଡିଆ ଅସ୍ମିତା ଓ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗରେ ହୋ ହଲ୍ଲା କରିଥିଲେ ବିରୋଧୀ । ଆଉ ଏହାରି ଭିତରେ ଗତକାଲି ଉପ-ବାଚସ୍ପତି ନିର୍ବାଚନ ହେଇଥିଲା । ଏହାପରେ ମଧ୍ୟ ବିରୋଧୀ ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରିଦେଇଥିଲେ । ତେଣୁ ଆଜି ବିଧାନସଭା କେମିତି ଚାଲିବ ସେନେଇ ଚର୍ଚ୍ଚା ଲାଗି ରହିଥିଲା । ଆଉ ଏ ସବୁ ଚର୍ଚ୍ଚା ଭିତରେ ଆଜି ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ ।

ସୂଚନାଯୋଗ୍ୟ ଯେ, ଗତକାଲି ଗୃହର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ହେଲେ ସର୍ବଦଳୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଏପରି କି ଗତକାଲି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ବିରୋଧୀ କକ୍ଷ ତ୍ୟାଗ କରିଥିଲେ । ଫଳରେ ବିନା ବିରୋଧୀରେ ଗୃହକାର୍ଯ୍ୟ ଚାଲିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe