ସ୍ତ୍ରୀ ଗିରଫ ପରେ, ଭିଜିଲାନ୍ସ ଅଫିସରେ ହାଜର ହେଲେ ଆଇଆଇସି ସ୍ୱାମୀ ।

500

କନକ ବ୍ୟୁରୋ: ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା ଗିରଫ ପରେ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ହାଜର ହେଲେ ଆଇଆଇସି ସ୍ୱାମୀ । ଗତକାଲି ରାତି ପାଖାପାଖି ୧୧ଟା ୩୦ରେ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ନିକଟରେ ନିନାଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କଠାରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା କେଉଁଠୁ ଆଣିଲେ, ସେନେଇ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଗିରଫ କରିଛି ଭିଜିଲାନ୍ସ । ଏହା ପରେ ନିନାଙ୍କ ଘର ଓ ତାଙ୍କ ସଂପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ।

ନିନାଙ୍କ ସ୍ୱାମୀ ନିହାର ରଞ୍ଜନ ମହାନ୍ତି ହେଉଛନ୍ତି ମାହାଙ୍ଗା ଥାନା ଆଇଆଇସି । ତାଙ୍କ କ୍ୱାର୍ଟର୍ସକୁ ଭିଜିଲାନ୍ସ ଚଢାଉ କରିବାକୁ ଯାଇଥିବା ବେଳେ ସେ ସହଯୋଗ କରିନଥିଲେ । କ୍ୱାର୍ଟର୍ସରେ ତାଲା ପକାଇ ସେ କୁଆଡେ ପଳାଇଯାଇଥିଲେ । ଭୁବନେଶ୍ୱର ଭିଜିଲାନ୍ସ ଅଫିସ୍ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଭିଜିଲାନ୍ସ ଅଫିସରେ ହାଜର ହୋଇଛନ୍ତି ଆଇଆଇସି ସ୍ୱାମୀ । ଗତକାଲି ରାତିରେ ତାଙ୍କ ସହ କୌଣସି ଯୋଗାଯୋଗ କରାଯାଇନଥିବା କହିଛନ୍ତି ।

ଆଜି ସକାଳେ ଫୋନ୍ ପାଇବା ପରେ ଭିଜିଲାନ୍ସ ଅଫିସରରେ ହାଜର ହୋଇଛନ୍ତି । ତେବେ ପତ୍ନୀଙ୍କ ଠାରୁ ୬ଲକ୍ଷ ଟଙ୍କା ଜବତ ଘଟଣାରେ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।