କନକ ବ୍ୟୁରୋ: ଆରମ୍ଭ ହେଲା ନିଟ୍ କାଉନସେଲିଂ ପ୍ରକ୍ରିୟା। ୩ଟି ରାଉଣ୍ଡ ପରେ ହେବ ଷ୍ଟ୍ରେ ଭାକାନ୍ସି ରାଉଣ୍ଡ। ଦୁଇ ଦିନ ମଧ୍ୟରେ ଚୂଡାନ୍ତ ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ। ଆଜି ଠାରୁ ନିଟ୍ କାଉନସେଲିଂ ଆରମ୍ଭ ହେବା ପରେ ୩ଟି ରାଉଣ୍ଡରେ କାଉନସେଲିଂ ହେବ ଏବଂ ଏହା ପରେ ଷ୍ଟ୍ରେ ଭାକାନ୍ସି ରାଉଣ୍ଡ କରାଯିବ। ଫିଜିକ୍ସରେ ବିବାଦୀୟ ପ୍ରଶ୍ନପତ୍ରରେ କେବଳ ୪ ନମ୍ବର ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ମାର୍କ। ପୂର୍ବରୁ ଉଭୟ ୪ ନମ୍ବର ଏବଂ ୨ ନମ୍ବର ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀ ମିଳିଥିଲା ମାର୍କ। ଗତକାଲି ନିଟ୍ ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଛି। ପୁଣିଥରେ ନିଟ୍ ପରୀକ୍ଷା ନ କରିବାକୁ ସୁପ୍ରମିକୋର୍ଟ୍ କହିଛନ୍ତି। ପେପର ଲିକ୍ ହେବା ସତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପରୀକ୍ଷାରେ ତ୍ରୁଟିର ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। ପୁଣିଥରେ ପରୀକ୍ଷା ପାଇଁ ଦାବି ଠିକ୍ ନୁହେଁ। ଏହା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ରହିଛି। ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ଯେ ଏନଟିଏ ଦୁଇ ଦିନ ମଧ୍ୟରେ ନିଟ୍-ୟୁଜିର ଚୂଡ଼ାନ୍ତ ଫଳାଫଳ ଘୋଷଣା କରିବ। ସର୍ବାଧିକ ଦୁଇ ଦିନ ମଧ୍ୟରେ ନୂଆ ମେରିଟ୍ ଲିଷ୍ଟ ଆସିବ ବୋଲି ସେ କହିଛନ୍ତି।