ସୁପ୍ରିମକୋର୍ଟଙ୍କ ରାୟ ପରେ ସିନ୍ଦେ ଗୋଷ୍ଠୀକୁ ଆଶ୍ୱସ୍ତି: ତତ୍କାଳୀନ ରାଜ୍ୟପାଳ ଓ ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

144

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ରାୟ ପରେ ସିନ୍ଦେ ଗୋଷ୍ଠୀକୁ ଆଶ୍ୱସ୍ତି ମିଳିଛି କିନ୍ତୁ ଉଦ୍ଧବ ଗୋଷ୍ଠୀର ନୈତିକ ବିଜୟ ହୋଇଛି । କାରଣ ମହାରାଷ୍ଟ୍ର ତତ୍କାଳୀନ ରାଜ୍ୟପାଳ ଓ ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ । ତେବେ ଉଦ୍ଧବ ଗୋଷ୍ଠୀ ବିଧାନସଭାରେ ଫ୍ଲୋର ଟେଷ୍ଟର ସମ୍ମୁଖିନ ନହୋଇ କାହିଁକି ତା ପୂର୍ବରୁ ଇସ୍ତଫା ଦେଲେ ବୋଲି ପ୍ରଶ୍ନ କରିଛନ୍ତ । ତେବେ ମହାରାଷ୍ଟ୍ରରେ ପୁରୁଣା ସରକାରକୁ ଫେରାଇବା ସମ୍ଭବ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିବା ଏକନାଥ ସିନ୍ଦେ ସମେତ ୧୬ବିଧାୟକଙ୍କ ସଦସ୍ୟତା, ତକ୍ରାଳିନ ରାଜ୍ୟପାଳ ଓ ବାଚସ୍ପତିଙ୍କ ଭୂମିକାକୁ ନେଇ ଥିବା ମାମଲାକୁ ଅନ୍ୟ ଖଣ୍ଡପୀଠକୁ ପଠାଇଦେଇଛନ୍ତି । କିନ୍ତୁ ରାଜ୍ୟପାଳ ଓ ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ସହ କଡା ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।