ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ କାହାକୁ ମିଳିବ ମନ୍ତ୍ରୀପଦ? ପଢ଼ନ୍ତୁ କାହା କାହା ନାଁ ଚର୍ଚ୍ଚାରେ…

18,311

କନକ ବ୍ୟୁରୋ: ବାଚସ୍ପତି ବିକ୍ରମ ଆରୁଖ ଏବଂ ୨ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଦେବା ପରେ କାହାକୁ ମିଳିବ ମନ୍ତ୍ରୀ ପଦ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ଏହି ଚର୍ଚ୍ଚାର ଫୋକସରେ ରହିଛି ଗଞ୍ଜାମ ଜିଲ୍ଲା । ଆକଳନ ଅନୁସାରେ-ଗଞ୍ଜାମ ଜିଲ୍ଲାରୁ ଏକାଧିକ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ । ବିଜେଡି ଗଞ୍ଜାମରେ ଆହୁରି ଶକ୍ତିଶାଳୀ ହେବାକୁ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିପାରେ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଛି ।

ଚର୍ଚ୍ଚା ଅନୁସାରେ ମନ୍ତ୍ରୀମଣ୍ଡଳ ରେସରେ ଗଞ୍ଜାମ ଜିଲ୍ଳାର ୩ ବିଧାୟକଙ୍କ ନାଁ ରହିଛି । ବିକ୍ରମ ଆରୁଖ, ଲତିକା ପ୍ରଧାନ ଏବଂ ବିକ୍ରମ ପଣ୍ଡା । ସେହିପରି ପୁରୀ ଜିଲ୍ଲାରୁ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ନାଁକୁ ନେଇ ବି ପାୱାର କରିଡରେ ଚର୍ଚ୍ଚା ହେଉଛି । ଏସବୁ ବାହାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।

ଅନ୍ୟପଟେ ଆସନ୍ତାକାଲି ପ୍ରକାଶ ପାଉଥିବାକୁ ଥିବା ଝାରସୁଗୁଡ଼ା ନିର୍ବାଚନ ଫଳାଫଳ ମଧ୍ୟ ଏହି ସମ୍ଭାବ୍ୟ ତାଲିକାକୁ ଓଲଟପାଲଟ କରିପାରେ । ଯଦି ଝାରସୁୁଗଡ଼ାରୁ ନବ ଦାସଙ୍କ ଝିଅ, ଦୀପାଳି ଦାସ ଉପ-ନିର୍ବାଚନ ଜିତନ୍ତି, ତେବେ ତାଙ୍କ ନାଁକୁ ନେଇ ମଧ୍ୟ ମନ୍ତ୍ରୀ ତାଲିକାରେ ସାମିଲ କରାଯାଇପାରେ ବୋଲି ବିଭିନ୍ନ ରାଜନୀତି ସମୀକ୍ଷକମାନେ ଅଙ୍କ କଷିଛନ୍ତି ।