କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ବଡ ଧରଣର ହଚଲଚଲ । ଇସ୍ତଫା ଦେଉଛନ୍ତି ଜଣେ ପରେ ଜଣେ ମନ୍ତ୍ରୀ । ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଏବେ ଇସ୍ତଫା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ସମୀର ଦାଶ । ଇସ୍ତଫା ଦେଉଥିବା ମନ୍ତ୍ରୀମାନଙ୍କୁ ମିଳିବ କି ବଡ ଦାୟିତ୍ୱ ? ମନ୍ତ୍ରୀମାନଙ୍କ ଇସ୍ତଫା କଣ ଇସାରା ଦେଉଛି ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

୨୦୨୪ ନିର୍ବାଚନ ପୂର୍ବରୁ ବଡ ଧରଣର ଅଦଳବଦଳ କରିବେ କି ସରରକାର? କାହିଁକି ଇସ୍ତଫା ଦେଉଛନ୍ତି ଗୋଟିଏ ପରେ ଗୋଟିଏ ମନ୍ତ୍ରୀ । ମନ୍ତ୍ରୀମାନଙ୍କ ଇସ୍ତଫା ଏକ ବଡ ଧରଣର ହଲଚଲ ହେବାକୁ ଦର୍ଶାଉଛି । ବିକ୍ରମ କେଶରୀ ଆରୁଖ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପ୍ରଦାନ କରିଛନ୍ତି ।