ମିଷ୍ଟର କହ୍ନେୟା ଫିଲ୍ମ ରିଲିଜ ପରେ ପୁଣି ବିବାଦରେ ପପୁ ପମପମ୍: କୃଷ୍ଣଙ୍କ ନାଁକୁ କାହିଁକି ବ୍ୟବହାର କରାଗଲା ଉଠିଲା ପ୍ରଶ୍ନ

Advertisment
ମିଷ୍ଟର କହ୍ନେୟା ଫିଲ୍ମ ରିଲିଜ ପରେ ପୁଣି ବିବାଦରେ ପପୁ ପମପମ୍: କୃଷ୍ଣଙ୍କ ନାଁକୁ କାହିଁକି ବ୍ୟବହାର କରାଗଲା ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ପୁଣି ବିବାଦକୁ ଫେରିଛନ୍ତି ହାସ୍ୟ ଅଭିନେତା ପପୁ ପମ୍ପମ୍ । ତାଙ୍କ ଅଭିନୀତ ବହୁ ବିବାଦୀୟ ଫିଲ୍ମ ମିଷ୍ଟର କହ୍ନେୟା ହଲରେ ରିଲିଜ ହେବା ପରେ ବିବିଦ ବଢିଛି । ଏହି ଫିଲ୍ମରେ କୃଷ୍ଣଙ୍କ ନାମକୁ କାହିଁକି ବ୍ୟବହାର କରାଯାଇଛି ବୋଲି ବିବାଦ ହେଉଛି । ସେହିପରି ଏଥିରେ ଥିବା ଏକ ଗୀତରେ ସକୁନ୍ତଳାଙ୍କୁ କଟାକ୍ଷା କରାଯାଇଥିବା ଅଭିଯୋଗ ହେଉଛି । ପୂର୍ବରୁ ମଧ୍ୟ ଫିଲ୍ମର ଏକ ପୋଷ୍ଟରକୁ ନେଇ ବିବାଦ ହୋଇଥିଲା ।

ଏଥିରେ କିଛି ଯୁବତୀଙ୍କ ଦେହରେ ଦଉଡି ଲାଗିଥିବାବେଳେ ସେମାନେ ତଳେ ଆଣ୍ଠେଇବା ମୂଦ୍ରାରେ ଥିଲେ । ଏହି ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଉଠିଥିଲା । କିଛିଦିନ ତଳେ ଫିଲ୍ମର ପ୍ରିମିୟର କଟକରେ ହୋଇଥିବାବେଳେ ଏକ ଫିଲ୍ମ ହଲ ସମ୍ମୁଖରେ ପପୁଙ୍କୁ ବିରୋଧ ପ୍ରଦର୍ଶନ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପପୁ ପମପମ୍ । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ସଫେଇ ରଖିଛନ୍ତି ପପୁ ପମପମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe