କନକ ବ୍ୟୁରୋ: ପୁଣି ବିବାଦକୁ ଫେରିଛନ୍ତି ହାସ୍ୟ ଅଭିନେତା ପପୁ ପମ୍ପମ୍ । ତାଙ୍କ ଅଭିନୀତ ବହୁ ବିବାଦୀୟ ଫିଲ୍ମ ମିଷ୍ଟର କହ୍ନେୟା ହଲରେ ରିଲିଜ ହେବା ପରେ ବିବିଦ ବଢିଛି । ଏହି ଫିଲ୍ମରେ କୃଷ୍ଣଙ୍କ ନାମକୁ କାହିଁକି ବ୍ୟବହାର କରାଯାଇଛି ବୋଲି ବିବାଦ ହେଉଛି । ସେହିପରି ଏଥିରେ ଥିବା ଏକ ଗୀତରେ ସକୁନ୍ତଳାଙ୍କୁ କଟାକ୍ଷା କରାଯାଇଥିବା ଅଭିଯୋଗ ହେଉଛି । ପୂର୍ବରୁ ମଧ୍ୟ ଫିଲ୍ମର ଏକ ପୋଷ୍ଟରକୁ ନେଇ ବିବାଦ ହୋଇଥିଲା ।
ଏଥିରେ କିଛି ଯୁବତୀଙ୍କ ଦେହରେ ଦଉଡି ଲାଗିଥିବାବେଳେ ସେମାନେ ତଳେ ଆଣ୍ଠେଇବା ମୂଦ୍ରାରେ ଥିଲେ । ଏହି ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଉଠିଥିଲା । କିଛିଦିନ ତଳେ ଫିଲ୍ମର ପ୍ରିମିୟର କଟକରେ ହୋଇଥିବାବେଳେ ଏକ ଫିଲ୍ମ ହଲ ସମ୍ମୁଖରେ ପପୁଙ୍କୁ ବିରୋଧ ପ୍ରଦର୍ଶନ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପପୁ ପମପମ୍ । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ସଫେଇ ରଖିଛନ୍ତି ପପୁ ପମପମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/2-21.jpg)