କନକ ବ୍ୟୁରୋ: ପାକିସ୍ତାନରେ ଥମୁନି ଆକ୍ରମଣ । ପୋର୍ଟ ପରେ ଏବେ ଏୟାରବେସକୁ ଟାର୍ଗେଟ କରିଛନ୍ତି ବେଲୁଚିସ୍ତାନର ଆତଙ୍କବାଦୀ ସଂଗଠନ । ବେଲୁଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ନେବଲ ଏୟାରବେସ୍ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି । ବି.ଏଲ.ଏ ମଜିଦ ବିଗ୍ରେଡର ଆତଙ୍କବାଦୀମାନେ ଏୟାର ବେସରେ ପ୍ରବେଶ କରିବା ସହ ବିସ୍ଫୋରଣ କରିଛନ୍ତି । ଏଥିସହ ଆଖିବୁଜା ଗୁଳି ଚାଳନା ମଧ୍ୟ କରାଯାଇଛି । ଏହି ଆକ୍ରମଣରେ ମୃତାହତ ନେଇ କୌଣସି ସୂଚନା ମିଳି ନଥିବା ବେଳେ ଏଥିପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମୀ ନିଜକୁ ଦାୟୀ କରିଛି । ବେଲୁଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ଆସୁଛି ଏହି ସଂଗଠନ । ଯାହାକୁ ନେଇ ପାକିସ୍ତାନ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି ।
ପାକିସ୍ତାନରେ ଥମୁନି ଆକ୍ରମଣ । ପୋର୍ଟ ପରେ ଏବେ ଏୟାରବେସକୁ ଟାର୍ଗେଟ କରିଛନ୍ତି ବେଲୁଚିସ୍ତାନର ଆତଙ୍କବାଦୀ ସଂଗଠନ ।
/kanak/media/post_attachments/wp-content/uploads/2024/03/1705486198_2914848_1705486129_697044Iran-Fateh-110-Miss_ikYQgGs.jpg)