ପ୍ରହସନ ପାଲଟିଛି ଷାଣ୍ମାସିକ ପରୀକ୍ଷା: ପ୍ରଶ୍ନପତ୍ର ଭାଇରାଲ୍ ଖବର ପ୍ରସାରଣ ପରେ ପଶିଲା ଚେତା, ସାଇବର ଥାନାରେ ଏତଲା ଦେଲେ ବୋର୍ଡ କର୍ତ୍ତୃପକ୍ଷ

Advertisment
ପ୍ରହସନ ପାଲଟିଛି ଷାଣ୍ମାସିକ ପରୀକ୍ଷା: ପ୍ରଶ୍ନପତ୍ର ଭାଇରାଲ୍ ଖବର ପ୍ରସାରଣ ପରେ ପଶିଲା ଚେତା, ସାଇବର ଥାନାରେ ଏତଲା ଦେଲେ ବୋର୍ଡ କର୍ତ୍ତୃପକ୍ଷ

କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ବାଜିଲା । ଆଉ ବୋଡ ର୍କତୃପକ୍ଷ ସଜାଗ ହୋଇଗଲେ । ପରୀକ୍ଷାର ମାର୍କ ଭବିଷ୍ୟତ ନିର୍ଦ୍ଦାରଣ କରୁନଥିଲେ ବି ସରକାରୀ ସ୍ତରରେ ତିଆରି ହୋଇଥିବା ପ୍ରଶ୍ନ ୟୁଟ୍ୟୁବକୁ କେମିତି ଗଲା ତାହା ତଦନ୍ତସାପେକ୍ଷ । ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ଘଟଣା ପରେ ପ୍ରମାଣ ସହିତ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ । ଖୁଲମଖୁଲା ଭାବରେ ପ୍ରଶ୍ନ ଉତର ୟୁଟ୍ୟୁବରେ ଘୁରି ବୁଲୁଥିଲା । ଦେଶର ଭବିଷ୍ୟତଙ୍କ ପ୍ରଶ୍ନ ଘରୁବୁଲିବା ଘଟଣାକୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛି ବିଏସଇ । ସେପଟେ ୟୁଟ୍ୟୁବ ଚ୍ୟାନେଲ ଗୁଡିକ ଭିଡିଓ ଗୁଡିକୁ ଡିଲିଟ୍ କରି ଦେଇଛନ୍ତି ।

ମାଟ୍ରିକ ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତିର ଆକଳନ କରାଯାଇଥାଏ ଷାଣ୍ମାସିକ ପରୀକ୍ଷାରେ । ପିଲାଙ୍କ ପାଇଁ ଏହା ଯେତିକି ଜରୁରୀ, ସ୍କୁଲ ଓ ବୋର୍ଡ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏହି ପରୀକ୍ଷାର ପାଇଁ ପ୍ରଶ୍ନପତ୍ର ମଧ୍ୟ ତିଆରି କରୁଛି ବୋର୍ଡ । କିନ୍ତୁ ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା, ଏବେ ଚିନ୍ତାର କାରଣ ହୋଇଛି । କିଛି ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଶ୍ନପତ୍ର ଓ ଉତର ସମ୍ବଳିତ ଭିଡିଓ ଅପଲୋଡ ହେଉଥିବା ଖବର କନକ ନ୍ୟୁଜ ପ୍ରସାରଣ କରିବା ପରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଚେତା ପଶିଛି । କଟକ ସାଇବର ଥାନାରେ ଏ ନେଇ ଅଭିଯୋଗ କରାଯାଇଛି ।

ୟୁଟ୍ୟୁବରେ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ବୋର୍ଡ କର୍ତୃପକ୍ଷ । ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି –
ପ୍ରେସ ବିଜ୍ଞପ୍ତିରେ ବୋର୍ଡର ସଫେଇ
ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଅକ୍ଟୋବର ୪ ରୁ ୭ ମଧ୍ୟରେ ହୋଇଥିଲା
ପ୍ରଶ୍ନପତ୍ର ତିଆରି କରିଥିଲା ବୋର୍ଡ
ସ୍କୁଲକୁ ପଠାଇବା ପାଇଁ ସେପ୍ଟେମ୍ବର ୨୩ରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆଯାଇଥିଲା
ପରୀକ୍ଷା ପାଇଁ ସମସ୍ତ ସତର୍କମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା
ପରୀକ୍ଷା ଏବଂ ଉତ୍ତର ଖାତାର ମୂଲ୍ୟାୟନ କରିବେ ସ୍କୁଲ
ଏହି ମାର୍କ ଅପ୍ଲୋଡ୍ କରାଯିବ ନାହିଁ, କାରଣ ମାଟ୍ରିକ ପରୀକ୍ଷାରେ ଏହାର କିଛି ୱେଟେଜ୍ ନାହିଁ
ପରୀକ୍ଷା ପୂର୍ବରୁ ୟୁ-ଟ୍ୟୁବ ଚ୍ୟାନେଲ୍ରେ ପ୍ରଶ୍ନପତ୍ର ଲିକ୍ ହେବା ଦୁର୍ଭାଗ୍ୟଜନକ
ସାଇବର ଥାନାରେ ଏ ନେଇ ଅଭିଯୋଗ କରାଯାଇଛି
ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

କେଉଁ ପରିସ୍ଥିତିରେ ଷାଣ୍ମିସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେଲା, ତାହା ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି । ଗୋଟିଏ କି ଦୁଇଟି ନୁହେଁ, ୧୦ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର । ବଡକଥା ହେଉଛି, ଷାଣ୍ମାସିକ ପରୀକ୍ଷାରେ ସ୍ୱଚ୍ଛତା ରଖିବା ପାଇଁ ରାଜ୍ୟର ୯ ହଜାରରୁ ଅଧିକ ସ୍କୁଲରେ ପ୍ରାୟ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କୁ ସମାନ ପ୍ରଶ୍ନପତ୍ର ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଥିଲା । କିନ୍ତୁ ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ମେଧାବୀ ଛାତ୍ରଛାତ୍ରୀଙ୍କ ମନୋବଳ ଦୁର୍ବଳ ହୋଇପଡିବ ବୋଲି କହିଛନ୍ତି ଶିକ୍ଷାବିତ୍ । ଏବେ ପ୍ରଶ୍ନ ଉଠୁଛି –

ପ୍ରଶ୍ନପତ୍ର ଲିକ୍ ପଛରେ କିଏ?
ସ୍କୁଲ ପ୍ରଧାନଶିକ୍ଷକ ନା’ ବୋର୍ଡ କର୍ମଚାରୀ?
ଖାମଖିଆଲି ଭାବେ ହେଉଛି କି ଷାଣ୍ମାସିକ ପରୀକ୍ଷା?
ବିଭାଗୀୟ ତଦନ୍ତ କରିବେ କି ବୋର୍ଡ କର୍ତ୍ତୃପକ୍ଷ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe