କନକ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଆଦର୍ଶ ଗୁରୁକୂଳ ନେଇ ଏମଓୟୁ ଓ ସୋସାଇଟି ଗଠନକୁ ବୈଠକରେ ଅନୁମତି ଦିଆଯାଇଛି । ସେହିଭଳି ଆବାସ ଯୋଜନା ଖୁବ ଶୀଘ୍ର ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି । ଲ୍ୟାଣ୍ଡସବକମିଟି ବୈଠକର ନିଷ୍ପତ୍ତିକୁ ମଧ୍ୟ ଏଥିରେ ମୋହର ମିଳିଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିଭଳି ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ ସୁରକ୍ଷିତ ଥିବା ସ୍ୁଷ୍ଟ କରାଯାଇଛି । ରତ୍ନ ସିଂହାସନ ପଛପାଶ୍ୱର୍ରୁ ଲାଇମ ପ୍ଲାଷ୍ଟର ଖସିଥିବା ବୈଠକରେ ସ୍ପଷ୍ଟ କରାଯାଇଛି । ଏନେଇ ଏସସଆଇ ଅନୁଧ୍ୟାନ ଆରମ୍ଭ ହୋଇଛି । ଆସନ୍ତା ରଥଯାତ୍ରା ବେଳେ ଏହାକୁ ପୁନଃ ପ୍ଲାଷ୍ଟର କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/Srimandira-Puri-750x430-1.jpeg)