କର୍ଣ୍ଣାଟକ ନିର୍ବାଚନ ପରେ ବଢିଛି କଂଗ୍ରେସର ଆତ୍ମବିଶ୍ୱାସ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ବଡ ଦାବି

177

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ କଂଗ୍ରେସର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୋଟେ ବଡ ଦାବି କରିଛନ୍ତି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୫୦ରୁ ଅଧିକ ଆସନ ସହ ଜିତିବ ବୋଲି ରାହୁଲ କହିଛି । ଏଥିସହ ସେ କହିଛନ୍ତି କର୍ଣ୍ଣାଟକ ବିଜୟ ମଧ୍ୟପ୍ରଦେଶରେ ପୁଣି କଂଗ୍ରେସ ଦୋହରାଇବ । ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ରାହୁଲ ଗାନ୍ଧି ସ୍ୱପ୍ନ ଦେଖୁଛନ୍ତି । ମନକୁ ବୁଝାଇବା ପାଇଁ ଏହା ଭଲ ବାହାନା ଅଟେ । ସେ କହିଛନ୍ତି ଏଥରକ ନିର୍ବାଚନରେ ବିଜେପି ୨ଶହର ଅଧିକ ଭୋଟରେ ଜିତବ । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ୪ମାସ ବାକି ରହିଛି । ଏହା ଭିତରେ ରାହୁଲ ଗାନ୍ଧୀଙ୍କ ବୟାନ ବେଶ ଚର୍ଚ୍ଚାକୁ ଆସିଛି । ୨୩୦ ଆସନ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ଚଳିତବର୍ଷ ଶେଷ ସୁଦ୍ଧା ନିର୍ବାଚନ ହେବ । ମଧ୍ୟପ୍ରଦେଶ ଓ ଛତିଶଗଡରେ ମଧ୍ୟ ନିର୍ବାଚନ ହେବ । ପୂର୍ବ ନିର୍ବାଚନରେ ଏହି ୩ଟି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଥିଲା । ତେବେ ୨୦୨୦ ମସିହାରେ ମଧ୍ୟପ୍ରଦେଶ ରାଜ୍ୟ ରାଜନୀତି ହଲଚଳ ଦେଖାଯାଇଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ପାଇଁ ବିଦ୍ରୋହୀ ନେତା ସାଜିବା ପରେ ବିଜେପି ପୁଣି ସରକାର ଗଠନ କରିଥିଲା । ସେପଟେ ଆଗକୁ କଣ ହେବ ମଧ୍ୟପ୍ରଦେଶ ନିର୍ବାଚନୀ ପାଇଁ ନୂଆ ରଣନୀତି ଏନେଇ ଦିଲ୍ଲୀ ବସିଛି ବୈଠକ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ ।