କନକ ବ୍ୟୁରୋ: କେନାଲରେ ସୃଷ୍ଟି ହେଲା ୧୫ ଫୁଟର ଘାଇ । ଗାଁରେ ପଶିଲା ପାଣି । ନିମାପଡ଼ା ଶାଖା କେନାଲର ଗିରିଙ୍ଗି ହରିଜନ ସାହି ମଙ୍ଗଳା ମନ୍ଦିର ନିକଟରେ ୧୫ ଫୁଟର ଘାଇ ସୃଷ୍ଟି ହୋଇ ଗାଁରେ ପାଣି ପଶିଛି । ଗାଁରେ କେନାଲ ପାଣି ପଶି କୃତିମ ବନ୍ୟା ସୃଷ୍ଟି ହୋଇଛି । ଫଳରେ ଗାଁର ୧୦ଟି ପରିବାର ପାଣି ଘେରରେ ରହିଛନ୍ତି । ଘର ଭିତରେ ଲହଡ଼ି ମାରୁଛି କେନାଲ ପାଣି।
ପ୍ରଧାନମନ୍ତ୍ରୀ ଗାମ୍ୟ ସଡକ ଯୋଜନାରେ ହେଉଥିବା ରାସ୍ତା କାମ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଲୋକେ ଦାବି କରିଛନ୍ତି । ଫଳରେ ରାସ୍ତାରେ ଯାତାୟତ ଠପ୍ ହୋଇଛି । ଏନେଇ ବିଭାଗୀୟ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିବା ବେଳେ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/ghai.jpg)