କନକ ବ୍ୟୁରୋ: ଦିନଥିଲା, ବିଜେଡିକୁ ଦେଶର ଅନ୍ୟତମ ଶୃଙ୍ଖଳିତ ଦଳ କୁହାଯାଉଥଲା। ସୁପ୍ରିମ ନବୀନ ପଟ୍ଟନାୟକଙ୍କ ନିଷ୍ପତି ହେଉଛି ସର୍ବମାନ୍ୟ । ୨୪ ବର୍ଷ ରାଜ ପଛରେ କେବଳ ନବୀନ ହିଁ ଥିଲେ । ଏବେ ୨୪ ନିର୍ବାଚନର ୨୪ ଦିନ ଯାଇନି ଦଳ ଭିତରେ ଶୃଙ୍ଖଳା ଭୁଷୁଡି ପଡିଛି । ଜଣେ ପରେ ଜଣେ ନେତା ବାହାରକୁ ଆସି ମୁହଁ ଖୋଲୁଛନ୍ତି । ପରାଜୟର କାରଣ ନେଇ ଦଳରେ ପୋଷ୍ଟମର୍ଟମ କମିଟି ଗଠନ ହୋଇପାରୁନି । କୁହାଯାଉଛି ନେତାଙ୍କ ବୟାନବାଜି ବା ବିଶୃ୍ଙ୍ଖଳା ଏହା ପଛର ଏକ ପ୍ରମୁଖ କାରଣ ।

Advertisment
  • ବିଜେଡିକୁ କାର୍ପଟଦାର ଅଡୁଆ
  • ଶୃଙ୍ଖଳା ଭାଙ୍ଗୁଛନ୍ତି ନେତା

ସେପଟେ ବିଜେଡି ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଗଲାଣି । ଯଦିଓ ସମସ୍ତେ ନବୀନ ପଟ୍ଟନାୟକଙ୍କୁ ନେତା ମାନୁଛନ୍ତି, କିନ୍ତୁ ଦଳରେ ଥିବା କାର୍ପଟଦାର ଗୋଷ୍ଠୀକୁ କେହି ଗ୍ରହଣ କରିପାରୁନାହାନ୍ତି । ଆଉ ସେହି କାର୍ପଟଦାର ଗୋଷ୍ଠୀକୁ ଅଙ୍ଗୁଳି ଉଠାଇ ପ୍ରଶ୍ନ କରୁଛନ୍ତି । ଏବେ ଶୋଚନୀୟ ପରାଜୟ ପରେ କ୍ଷମତାଶାଳୀ ଗୋଷ୍ଠୀଙ୍କ ହାତରେ କ୍ଷମତା ରହିବ ନା ବରିଷ୍ଠ ନେତାଙ୍କୁ ଆଗରେ ରଖି ଦଳ ଲଢିବ, ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ନେତା । କୁହାଯାଉଛି ଏହି କଥାରେ ସହମତି ହୋଇପାରୁନି । ତେଣୁ ରାଜ୍ୟସ୍ତରୀୟ କମିଟି ଘୋଷଣାରେ ବିଳମ୍ବ ହେଉଛି । ଦଳର ବରିଷ୍ଠ ନେତା କହିଛନ୍ତି ଖୁବଶୀଘ୍ର ସୁପ୍ରିମୋ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ।

ନିର୍ବାଚନ ହାରିବା ପରଠାରୁ ଜଣେ ପରେ ଜଣେ ନେତା ପରାଜୟର କାରଣ ଖୋଜୁଛନ୍ତି । କିଏ ପାଣ୍ଡିଆନଙ୍କୁ ତ ଆଉ କିଏ ବବିଙ୍କୁ ଆକ୍ଷେପ କରି ବୟାନ ରଖୁଛନ୍ତି । ତେବେ ୨୨ ତାରିଖିରୁ ବିଧାନସଭା ଥିବାରୁ ଦଳ ଗୋଟିଏ ସଷ୍ଟ ରଣନୀତି ଓ ଶକ୍ତିଶାଳୀ ଟିମ୍ ପ୍ରସ୍ତୁତ କରି ମୈଦାନକୁ ଆସିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।