କନକବ୍ୟୁରୋ:ନିର୍ବାଚନରେ ବିଜେଡିର ପରାଜୟ ପରେ, ଦଳ ଭିତରେ କୁହୁଳୁଛି ଅସନ୍ତୋଷ । ଦଳର ବରିଷ୍ଠ ନେତା ସାମନାକୁ ଆସି ବିରୋଧ କରୁନଥିଲେ ବି ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କିନ୍ତୁ ଯୁବ ଓ ଛାତ୍ର ନେତା ଖୋଲାଖୋଲି ବିଶୋଦଗାର କରିବା ଆରମ୍ଭ କଲେଣି । ଏହି ଖବର ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଜାଣିବା ପରେ, ସେ ପୁଣି ଥରେ ଦଳକୁ ଏକଜୁଟ୍ ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ନିର୍ବାଚନରେ ପରାଜୟ ପରେ ବିଜେଡି ସୁପ୍ରିମୋଙ୍କୁ ଘାରିଛି ଦଳ ଭାଂଗି ଯିବାର ଭୟ ।

Advertisment

ଦଳ ବଡ ବିପର୍ଯ୍ୟୟର ସାମନା କରିଥିଲେ ବି ଡ୍ୟାମେଜ କଂଟ୍ରୋଲ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ସିଧାସଳଖ ପ୍ରତିଦିନ ଦଳୀୟ ନେତାଙ୍କୁ ଡାକି ସିଧାସଳଖ ଭେଟୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ନେତାମାନଙ୍କ ସହ ଆଲୋଚନା କରୁଛନ୍ତି । ଏବଂ ଏକଜୁଟ୍ ରହିବା ସହ ଦଳକୁ ମଜବୁତ୍ କରିବାକୁ ପରାମର୍ଶ ଦେଇଛନ୍ତି । ଶନିବାର ନବୀନ ନେତାଙ୍କ ସହ ଆଲୋଚନା କରିବା ସମୟର ଭିଡିଓରୁ ଏହି ସଂକେତ ମିଳୁଛି ।ନିର୍ବାଚନ ଫଳାଫଳ ଆସିବା ପରେ ନବୀନ ଅଚାନକ ସକ୍ରିୟ ହେବା, ଦଳୀୟ ନେତାଙ୍କୁ ଡାକି ଏକଜୁଟ ରହିବାକୁ ପରାମର୍ଶ ଦେବା ଚର୍ଚ୍ଚାର ବିଷୟ ହୋଇଛି । ତେବେ ନବୀନ ନେତାଙ୍କୁ ଡାକି ଏଭଳି ପରାମର୍ଶ ଦେବାକୁ ନେଇ ଭିନ୍ନ ମତ ରଖିଛନ୍ତି ରାଜନୀତି ସମୀକ୍ଷକ ।ଅନ୍ୟପଟେ ବିଜେଡି ସୁପ୍ରିମୋଙ୍କ ବୟାନକୁ କଟାକ୍ଷ କରିଛନ୍ତି ବିଜେପି ନେତା । କିନ୍ତୁ ବିଜେଡି ନେତାଙ୍କ କହିବା କଥା ବିଜେଡିର ସମସ୍ତେ ଏକଜୁଟ୍ ଅଛନ୍ତି । ଦଳର ସୁପ୍ରିମୋ, ନେତା ହିସାବରେ ତଳସ୍ତରର ନେତାଙ୍କ ମନୋବଳକୁ ଦୃଢ଼ ରଖିବା ପାଇଁ ଏଭଳି କହିଛନ୍ତି ।ବିଜେଡିର ପରାଜୟ ପାଇଁ ସିଧାସଳଖ ନହେଲେ ବି ବୁଲେଇ ବଙ୍କେଇ ପାଣ୍ଡ୍ରିଆନଙ୍କୁ ଦାୟୀ କରାଯାଉଛି । ହେଲେ ନବୀନ ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଆସୁଛନ୍ତି । ପାଣ୍ଡିଆନଙ୍କ ତ୍ରୁଟି ଯୋଗୁଁ ଦଳ ହାରିଲା ବୋଲି ସିଧାସଳଖ ମାନିବାକୁ ପ୍ରସ୍ତୁତ ନୁହନ୍ତି । ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ତେଜୁଛି ବୋଲି କୁହାଯାଉଛି ।