କନକ ବ୍ୟୁରୋ : ହରିଣ ଶିକାର କରି ବନ୍ଧା ହେଲେ ଦୁଇ ଶିକାରୀ । ସେହିପରି ହରିଣ ମାଂସ କିଣିବାକୁ ଯାଇ ପୁଲିସ ହାତରେ ଧରାପଡିଛନ୍ତି ୯ ଜଣ ଗ୍ରାହକ । ରାଜଧାନୀ ଉପକଣ୍ଠ ଚନ୍ଦକା ଜଙ୍ଗଲରୁ ୨ ଶିକାରୀ ଓ ୯ ଗ୍ରାହକଙ୍କୁ ଗିରଫ କରିଛି ବନ ବିଭାଗ ଓ ଚନ୍ଦକା ପୁଲିସର ମିଳିତ ଟିମ । ଏଥିସହ ହରିଣ ମାଂସ, ହରିଣ ଛାଲ ସହ ହରିଣ ଶିକାରରେ ବ୍ୟବହୃତ ହୋଇଥିବା ଦେଶୀ ବନ୍ଧୁକ ଜବତ କରିଛି ବନ ବିଭାଗ ।
ଗତକାଲି ହରିଣ ଶିକାର କରି କିଛି ଲୋକ ଚନ୍ଦକା ଜଙ୍ଗଲରେ ମାଂସ ଭାଗ କରୁଥିବା ଖବର ପାଇ ଚଢାଉ କରିଥିଲା ବନବିଭାଗ ଓ ଚନ୍ଦକା ପୁଲିସର ମିଳିତ ଟିମ୍ । ସେଠାରୁ ୨ ଶିକାରୀ ସମେତ ୧୧ ଗ୍ରାହକ ଗିରଫ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/23-3.jpg)