ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇଛନ୍ତି ସ୍ତ୍ରୀ। ଭଙ୍ଗା ଘରେ ବିତୁଛି ଜୀବନ।

ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇଛନ୍ତି ସ୍ତ୍ରୀ। ଭଙ୍ଗା ଘରେ ବିତୁଛି ଜୀବନ।

କନକ ବ୍ୟୁରୋ: ଭଙ୍ଗା ଘରେ ବିତୁଛି ଜୀବନ । ଓଳିଏ ଖାଇଲ ଓଳିଏ ଉପାସ ରହୁଛି ପରିବାର । ଅନଟନ ଭିତରେ ଚିକିତ୍ସା କରିବାକୁ ବି ନାହିଁ ଅର୍ଥ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜକନିକା ରଟଣେଇପଦା ଗାଁରେ । ଘର ପରିବାର ଦାୟିତ୍ୱ ନେଇଥିବା ସ୍ୱାମୀର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇବସିଲ ସ୍ତ୍ରୀ । ଆଉ ତାପରେ ପରେ ପୁଅର ମଧ୍ୟ ସମାନ ଅବସ୍ଥା । ମାନସିକ ରୁଗଣ ଥିବା ବେଳେ ବଡ ଦୟନୀୟ ଅବସ୍ଥାରେ ରହୁଛନ୍ତି ପରିବାର । ଭଙ୍ଗା ଘରେ ବିଷାକ୍ତ ଜନ୍ତୁଙ୍କ ସହ ଏମାନେ ବସବାସ କରୁଛନ୍ତି ।

ଦୁଇ ବର୍ଷରୁ ଅଧିକ ଦିନ ହୋଇଯିବ ଏମାନଙ୍କର ଏହିଭଳି ସ୍ଥିତି । ଖାଇବାକୁ ସ୍ଥାନୀୟ ଲୋକେ ଦେଉଥିଲେ ବି ତାହା ଗ୍ରହଣ କରିବାକୁ ବି ସକ୍ଷମ ହୋଇପାରୁନାହାନ୍ତି । ସ୍ଥାନୀୟ ଲୋକେ ଏହି ପରିବାରକୁ ଚଳାଉଥିବା ବେଳେ ଏମାନଙ୍କ ସ୍ଥିତି ସୁଧାରିବା ସହିତ ଏମାନଙ୍କର ଚିକତ୍ସା ପାଇଁ ଅନୁରୋଧ କରିଛନ୍ତି । କିଛି ସାହାଯ୍ୟ ସହଯୋଗ ମିଳିଲେ ହି ମାଆ ପୁଅଙ୍କ ଚିକିତ୍ସା ହୋଇପାରିବ ଓ ସେମାନେ ତାଙ୍କର ପୂର୍ବାବସ୍ଥାକୁ ଫେରିଆସିବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe