କଂଗ୍ରେସ ଓ ବିଜେପି ପରେ ବିଜେଡି ବି କଲା ଅଣ୍ଡାମାଡ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ କଲା ବିଜେଡି

332

କନକ ବ୍ୟୁରୋ: ପ୍ରତିବାଦର ନୂଆ ଫଣ୍ଡା ପାଲଟିଛି ଅଣ୍ଡାମାଡ । କଂଗ୍ରେସ ଓ ବିଜେପି ପରେ ବିଜେଡି ବି କରିଛି ଅଣ୍ଡାମାଡ । ଗତକାଲି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପି କର୍ମୀ କେନ୍ଦ୍ରାପଡାରେ ଅଣ୍ଡାମାଡ କରିବା ପରେ, ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଶ୍ୱେଶ୍ୱର ଟୁଡୁଙ୍କୁ ସେହି କେନ୍ଦ୍ରାପଡାରେ ଅଣ୍ଡାମାଡ କରିଛନ୍ତି ବିଜେଡି କର୍ମୀ । ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି କର୍ମୀ ଅଣ୍ଡାମାଡ କରିବା ପରେ ବିଜେଡି ଜିନ୍ଦାବାଦ ନାରା ବି ଦେଇଛନ୍ତି ।

ଗତକାଲି ବିଜେପି କର୍ମୀମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣ୍ଡାମାଡ କରିବା ସହ କଳାପତାକା ଦେଖାଇଥିଲେ । ସେହିପରି କେନ୍ଦ୍ରାପଡ଼ାରେ ମଧ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପି କର୍ମୀ ବିରୋଧ କରିଥିଲେ । ମନ୍ତ୍ରୀ ପ୍ରତାପ ଜେନା ସରକାରୀ ବାଳିକା ହାଇସ୍କୁଲ ସଭାସ୍ଥଳକୁ ଦଳୀୟ କର୍ମୀଙ୍କ ସହ ଯାଉଥିବା ବେଳେ ବିରୋଧୀ ବିରୋଧ କରିଥିଲେ ।

ଆଉ ଆଜି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେଡି କର୍ମୀ ଅଣ୍ଡା ମାଡ କରିଛନ୍ତି । କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ବାଟରେ ଅଣ୍ଡାମାଡ କରାଯାଇଛି । କଲେଜ ନିକଟରେ ମନ୍ତ୍ରୀଙ୍କ ଗାଡି ଉପରକୁ ବିଜେଡି କର୍ମୀମାନେ ଅଣ୍ଡା ମାଡ କରିଛନ୍ତି ।