କନକ ବ୍ୟୁରୋ: ବଦଳିବ ଆଦିପୁରୁଷର ସଂଳାପ । ଶୁକ୍ରବାର ରିଲିଜ ହୋଇଥିବା ଏହି ବଲିଉଡ ସିନେମା ସଂଳାପ ପାଇଁ ସମାଲୋଚନାର ଶିକାର ହୋଇଛି । ଏହାପରେ ବ୍ୟାକଫୁଟରେ ସିନେ ନିର୍ମାତା । ବଢୁଥିବା ଅସନ୍ତୋଷକୁ ଦେଖି ଏବେ ନିର୍ମାତା କହିଛନ୍ତି, ବଦଳିବ ସଂଳାପ ସାଙ୍ଗକୁ ଭିଜୁଆଲ ଇଫେକ୍ଟ । ଆଦିପୁରୁଷ ସିନେ ନିର୍ମାତା ନିଜ ବିବୃତିର କହିଛି, ଫିଲ୍ମକୁ ଜନସମର୍ଥନ ମିଳିଛି । ସବୁ ବୟସର ଦର୍ଶକଙ୍କ ସମର୍ଥନ ପାଇଛି । ସର୍ବସାଧାରଣ ଏବଂ ଦର୍ଶକଙ୍କ ମତାମତକୁ ସମ୍ମାନ ଜଣାଇ ସଂଳାପ ବଦଳାଇବାକୁ ନିଷ୍ପତି ନିଆଯାଇଛି । ଫିଲ୍ମରେ ମରେଗା ବେଟେ, ବୁଆ କା ବଗିଚା ହୈ କ୍ୟା ଏବଂ ଜଲେଗି ତେରେ ବାପ୍ କି ଭଳି ସଂଳାପ ରହିଛି । ଯେଉଁଥିପାଇଁ ଫିଲ୍ମ ସମାଲୋଚନାର ଶିକାର ହୋଇଛି । ଏବେ ଏଥିରେ ସଂଶୋଧନ କରାଯାଇ ନୂଆ ଭାବରେ ଫିଲ୍ମ ରିଲିଜ ହେବାକୁ ଯାଉଛି ।
ବିବାଦ ପରେ ବଦଳିଯିବ ‘ଆଦି ପୁରୁଷ ‘ ସିନେମାର ଡାଏଲଗ । ପୁରୁଣା ରାମାୟଣ ସହ ତୁଳନା କରି ସୋସିଆଲ ମିଡିଆରେ ସମାଲୋଚନା କରିଥିଲେ ଦର୍ଶକ
/kanak/media/post_attachments/wp-content/uploads/2023/06/21_00000-6.jpg)