କନକ ବ୍ୟୁରୋ: ରାଜ୍ୟ ବଜେଟରେ ହିସାବ କିତାବ । ବିଜେଡି କହିଛି ଏହା ଲୋକଙ୍କ ପାଇଁ ବଜେଟ୍ । ସେପଟେ କେନ୍ଦ୍ର ଯୋଜନାକୁ କପିପେଷ୍ଟ କରାଯାଉଥିବା କହିଛନ୍ତି ବିରୋଧୀ । ଗତକାଲି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହୋଇଛି । ଏଥିହେ ମିଶନ୍ ଶକ୍ତିରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଓ ଶିକ୍ଷା ଭଳି କ୍ଷେତ୍ରକୁ ଗୁରତ୍ୱ ଦିଆଯାଇଛି । କେବଳ ସେତିକି ନୁହେଁ ରାଜ୍ୟ ସରକାର ବଜେଟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ବ୍ୟବସ୍ଥା କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ ଓ ଆନୁସଙ୍ଗିକ ସାମଗ୍ରୀ । ଏଥିପାଇଁ ସହାୟତା ରାଶି ୬ଶହ ଟଙ୍କା ମିଳୁଥିଲା ବେଳେ ଏବେ ଏକ ହଜାର ଟଙ୍କା ମିଳିବ । ଏଥିସହ ସାଇକେଲ ପାଇଁ ପିଲାଙ୍କୁ ୩୫ଶହ ଟଙ୍କା ମିଳିବ ବୋଲି କୁହାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us