ଚୋରି ଗାଡିର କ୍ଲେମ ମିଳିବା ପରେ ଭଗବାନଙ୍କୁ ରୂପାର ଗାଡି ଦାନକଲେ ଭକ୍ତ

220

କନକ ବ୍ୟୁରୋ :  ଭକ୍ତ ସବୁବେଳେ ଭଗବାନଙ୍କ ଠାରେ କିଛି ନା କିଛି ମାନସିକ କରିଥାଏ । ମାନସିକ ପୂରଣ ହେବା ପରେ କିଏ ଠାକୁରଙ୍କ ପାଖରେ ଭୋଗ ଲଗାଇଥାଏ ତ କିଏ ଦାନ ଦେଇଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ଭକ୍ତ ଠାକୁରଙ୍କ ନିକଟରେ ଏକ ରୂପାର ଗାଡି ଦାନ କରିଛନ୍ତି । ତାହା ପୁଣି ଗୋଟିଏ ଗାଡି ଚୋରି ମାମଲାରେ । ଗୁଜୁରାଟର ଜଣେ ଭକ୍ତ ସାମ୍ବାଲିୟାଜୀ ମନ୍ଦିରରେ ଦେଖିବାକୁ ମିଳିଛି ଏମିତି ଘଟଣା  । ଯୁବକ ଜଣଙ୍କ ନିଜ ବାଇକ ଚୋରି ହେବା ପରେ ଏହାର ବୀମାରାଶି ମିଳିଯିବା ଖୁସିରେ ଭଗବାନଙ୍କ ନିକଟରେ ଏକ ରୂପାର ଗାଡି ଦାନ କରିଛନ୍ତି । ଏହି ଗାଡିକୁ ଅହମ୍ମଦାବାଦରୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରିଆଣିଥିଲେ ଭକ୍ତ ଜଣଙ୍କ । ଏହି ଗାଡିକୁ ଧରି ଭକ୍ତଜଣଙ୍କ ସୋମବାର ଦିନ ମନ୍ଦିର ଟ୍ରଷ୍ଟ ନିକଟରେ ପହଂଚିଥିଲେ ।

ସବୁଠାରୁ ବଡକଥା ୭୪ ଗ୍ରାମ ରୂପା ବ୍ୟବହାର ହୋଇଥିବା ଏହି ଗାଡିଟି ଅତି ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଛି ଓ ଏନେଇ ୧୩ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା କଥା କୁହାଯାଇଛି । ମୁଖ୍ୟତ ଭକ୍ତଙ୍କର ଗାଡିଟି ଚୋରୀ ହୋଇଯାଇଥିଲା । ଏନେଇ ସେ ବୀମା କମ୍ପାନୀ ଠାରେ ଅଭିଯୋଗ କରିଥିଲେ ବି  ସେଠାରେ ତାଙ୍କ ଅଭିଯୋଗ ପାରିତ ହେଉ ନଥିଲା । ଏହାପରେ ଭକ୍ତଜଣଙ୍କ ମନ୍ଦିରକୁ ଆସି ମାନସିକ କରିଥିଲେ କି ତାଙ୍କ ଅଭିଯୋଗ ବୀମା କମ୍ପାନୀ ଦ୍ୱାରା ପାରିତ ହେଲେ ସେ ଭଗବାନଙ୍କ ନିକଟରେ ଏକ ରୂପାର ଗାଡି ଦାନ କରିବେ । ଏବେ ତାଙ୍କର ଅଭିଯୋଗ ପାରିତ ହୋଇ ତାଙ୍କୁ ବୀମାରାଶି ମିଳିବା ପରେ ସେ ଏହି ରୂପାଗାଡିକୁ ଭଗବାନଙ୍କ ନିକଟରେ ଦାନ କରିଛନ୍ତି ।

ମନ୍ଦିରର ପୂଜକ ଚତର ସିଂହ କହିଛନ୍ତି କି ବାବୁଖେଡା ମନ୍ଦସୌରିରେ ରହୁଥିବା କୃଷକ ଲାଲାରାମଙ୍କ ଗାଡି କିଛିମାସ ପୂର୍ବେ ଚୋରୀ ହୋଇଯାଇଥିଲା । କୃଷକ ଜଣଙ୍କ ବୀମା କମ୍ପାନୀରେ ତାଙ୍କର କ୍ଲେମ କରିଥିଲେ । ହେଲେ ସେ ବାରମ୍ବାର ବୀମା କମ୍ପାନୀ ଅଧିକାରୀଙ୍କ ସହ ଯୋଗା ଯୋଗ କରିଥିଲେ ବି ତାଙ୍କ ଅଭିଯୋଗ ପାରିତ ହୋଇ ନଥିଲା । ଶେଷରେ ସେ ମନ୍ଦିର ଆସି ଭଗବାନଙ୍କ ନିକଟରେ ମାନସିକ କରିଥିଲେ । ଏବେ ତାଙ୍କର ମାନସିକ ପୂରଣ ହେବାରୁ ସେ ଭଗବାନଙ୍କୁ ରୂପାର ଗାଡି ଦାନ କରିଛନ୍ତି ।