କନକ ବ୍ୟୁରୋ: ମହାନଦୀରେ ବଡ଼ ବନ୍ୟା ପରେ ପ୍ରଭାବିତ ହୋଇଛନ୍ତି ବାଙ୍କି ଅଂଚଳର ଚାଷୀ କୂଳ । ହଜାର ହଜାର ହେକ୍ଟର ଚାଷ ଜମିରେ ପ୍ରବାହିତ ହେଉଛି ବନ୍ୟାପାଣି । ଏହାର ସିଧାସଳଖ ପ୍ରଭାବ ପରିବା ବଜାର ଉପରେ ପଡ଼ିଛି । ୫୦ ଟଙ୍କା ଉପରେ ରହିଛି ସବୁ ପରିବାର ଦର । ପୋଟଳ, ଝୁଡ଼ଙ୍ଗ, କଲରା, ବାଇଗଣର ଦାମ୍ ୨ଗୁଣା ବଢିଯାଇଛି । ଫଳରେ ଲୋକଙ୍କ ପକେଟ୍ ଉପରେ ପଡ଼ିଛି ମହଙ୍ଗା ମାଡ଼ । ପୂର୍ବରୁ ପରିବା ବଜାରକୁ ଯେତିକି ଗ୍ରାହକ ଆସନ୍ତି ବହୁତ କମ୍ ସଂଖ୍ୟକ ଗ୍ରାହକ ଆସୁଥିବା କହିଛନ୍ତି ବ୍ୟବସାୟୀ । ଅନ୍ୟପଟେ ୫୦୦ ଟଙ୍କାର ପରିବା କିଣିଲେ ବ୍ୟାଗ ପୁରୁନଥିବା କହିଛନ୍ତି ଗ୍ରାହକ । ଅନ୍ୟପଟେ ଚଳିତ ବର୍ଷର ବନ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଯାହାର ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିଛି ।
ମହାନଦୀରେ ବଡ଼ ବନ୍ୟା ଆସିବା ପରେ ପ୍ରଭାବିତ ଚାଷୀକୂଳ: ପରିବା ଦର ଆକାଶ ଛୁଆଁ, ୫୦୦ ଟଙ୍କାରେ ପୁରୁନି ବ୍ୟାଗ
/kanak/media/post_attachments/wp-content/uploads/2022/08/vlcsnap-2022-08-21-20h22m55s808.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)