ଇଣ୍ଡିଆ ମେଂଟରେ ଫାଟ ନେଇ ପୁଣି ଧରିଲା ଚର୍ଚ୍ଚା: ପଂଜାବରେ କଂଗ୍ରେସ ବିଧାୟକ ଗିରଫ ହେବା ପରେ ପଦାରେ ପଡିଲା କଂଗ୍ରେସ-ଆପ କଳି

142

କନକ ବ୍ୟୁରୋ: ଇଣ୍ଡିଆ ମେଂଟରେ କନ୍ଦଳ ନେଇ ପୁଣି ଜୋର ଧରିଲା ଚର୍ଚ୍ଚା । ଏନସିପି ମୁଖ୍ୟ ଶରଦ ପୱାର କହିଛନ୍ତି, ବିଭିନ୍ନ ରାଜ୍ୟରେ ସିଟ୍ ବଂଟାକୁ ନେଇ ଇଣ୍ଡିଆ ମେଂଟରେ ଉପୁଜିପାରେ ସମସ୍ୟା । ସେପଟେ ଶୁକ୍ରବାର ଅରବିନ୍ଦ କେଜ୍ରିୱାଲ ପୁଣି ଥରେ କହିଛନ୍ତି, ଆମ ଆଦମୀ ପାର୍ଟି ଇଣ୍ଡିଆ ମେଂଟ ପ୍ରତି ପ୍ରତିବଦ୍ଧ ଆଉ ଏଥିରୁ ଅଲଗା ହେବାର ପ୍ରଶ୍ନ ଉଠୁନି । ପଂଜାବରେ କଂଗ୍ରେସ ବିଧାୟକ ଶୁଖୱାଲ ସିଂହ ଖେରାଙ୍କ ଗିରଫଦାରି ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

ଇଣ୍ଡିଆ ମେଂଟରେ କନ୍ଦଳ ନେଇ ପୁଣି ଜୋର ଧରିଲା ଚର୍ଚ୍ଚା । ଏନ୍ସିପି ମୁଖ୍ୟ ଶରଦ ପୱାର କହିଛନ୍ତି, ବିଭିନ୍ନ ରାଜ୍ୟରେ ସିଟ୍ ବଂଟାକୁ ନେଇ ଇଣ୍ଡିଆ ମେଂଟରେ ଉପୁଜିପାରେ ସମସ୍ୟା । ସେପଟେ ଶୁକ୍ରବାର ଅରବିନ୍ଦ କେଜ୍ରିୱାଲ ପୁଣି ଥରେ କହିଛନ୍ତି, ଆମ ଆଦମୀ ପାର୍ଟି ଇଣ୍ଡିଆ ମେଂଟ ପ୍ରତି ପ୍ରତିବଦ୍ଧ ଆଉ ଏଥିରୁ ଅଲଗା ହେବାର ପ୍ରଶ୍ନ ଉଠୁନି । ପଂଜାବରେ କଂଗ୍ରେସ ବିଧାୟକ ଶୁଖୱାଲ ସିଂହ ଖେରାଙ୍କ ଗିରଫଦାରି ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

ଶୁକ୍ରବାର ସାମ୍ବାଦିକ ସମ୍ମଳନୀ କରି ଇଣ୍ଡିଆ ମେଂଟକୁ ନେଇ କିଛି ଏଭଳି ବୟାନ ଦେଇଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପଂଜାବରେ କଂଗ୍ରେସ ବିଧାୟକ ଶୁଖୱାଲ ସିଂହ ଖେରାଗିରଫ ହେବା ପରେ, କୁହାଯାଉଥିଲା ଇଣ୍ଡିଆ ମେଂଟର ହାତ ଛାଡି ପାରନ୍ତି କେଜ୍ରିୱାଲ । ହେଲେ ଏବେ କେଜ୍ରିୱାଲ ସଫା ସଫା କହିଛନ୍ତି ଇଣ୍ଡିଆ ମେଂଟ ଛାଡିବନି ଆପ ।

ସେପଟେ ଇଣ୍ଡିଆ ମେଂଟକୁ ନେଇ ସତର୍କବାଣୀ ଦେଇଛନ୍ତି ଏନ୍ସିପି ମୁଖ୍ୟ ଶରଦ ପୱାର । ସେ କହିଛନ୍ତି, ସଦସ୍ୟ ଦଳ ଗୁଡିକ ମଧ୍ୟରେ କୌଣସି ଦ୍ୱନ୍ଦ ରହିବା ନ ଉଚିତ୍ । ବିଶେଷ କରି ରାଜ୍ୟଗୁଡିକରେ ସିଟ୍ ଆବଂଟନକୁ ନେଇ ସମସ୍ୟା ନହେଲେ ଭଲ । ଏନେଇ ପୂର୍ବରୁ ମେଂଟ ନିଷ୍ପତି ନେବାର ଆବଶ୍ୟକତା ରହିଛି । ୫ଟି ରାଜ୍ୟରେ ଆସନ୍ତା କିଛି ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ଇଣ୍ଡିଆ ମେଂଟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।

ଇଣ୍ଡିଆ ମେଂଟ ହେବା ଦିନରୁ ଏଥିରେ କନ୍ଦଳ ଥିବା ଚର୍ଚ୍ଚା ହୋଇ ଆସୁଛି । ବିଶେଷ କରି ଆମ ଆଦମୀ ପାର୍ଟି ମେଂଟର ହାତ ଛାଡିବା କଥା କୁହାଯାଉଛି । ହେଲେ ଏହାକୁ ଖଣ୍ଡନ କରିଛନ୍ତି ଅରବିନ୍ଦ କେଜ୍ରିୱାଲ ।