ଦୁଇ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଉପନିର୍ବାଚନ ଲଢ଼େଇ ପାଇଁ ମଂଚ ପ୍ରସ୍ତୁତ । ବାଲେଶ୍ୱରରେ ବିଜେଡିର ସୂରୂପ ଦାସ, ବିଜେପିର ମାନସ ଦତ ଓ କଂଗ୍ରେସର ମମତା କୁଣ୍ଡୁଙ୍କ ମଧ୍ୟରେ ଟକ୍କର

59

କନକ ବ୍ୟୁରୋ : ବିଜେପି ଓ ବିଜେଡି ପରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବାଲେଶ୍ୱର ପାଇଁ ମମତା କୁଣ୍ଡୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ତିର୍ତୋଲରେ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଟିକେଟ ଦେଇଛି କଂଗ୍ରେସ । ଫଳରେ ଦୁଇ ଆସନରେ ସ୍ପଷ୍ଟ ହୋଇଯାଇଛି ସ୍ଥିତି । ବାଲେଶ୍ୱର ଆସନରେ ବିଜେଡିର ସୂରୂପ କୁମାର ଦାସ, ବିଜେପିର ମାନସ କୁମାର ଦତ ଓ କଂଗ୍ରେସର ମମତା କୁଣ୍ଡୁଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଛି ।

ସେପଟେ ତିର୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ସହ ମୁକାବିଲା କରିବେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ । ପ୍ରଥମେ ଦୁଇ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବାଲେଶ୍ୱର ଓ ତିର୍ତୋଲ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ସେପଟେ ତିର୍ତୋଲ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପିର ରାଜକିଶୋର ବେହେରା ।

Comments are closed.