କନକ ବ୍ୟୁରୋ : ବିଜେପି ଓ ବିଜେଡି ପରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବାଲେଶ୍ୱର ପାଇଁ ମମତା କୁଣ୍ଡୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ତିର୍ତୋଲରେ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଟିକେଟ ଦେଇଛି କଂଗ୍ରେସ । ଫଳରେ ଦୁଇ ଆସନରେ ସ୍ପଷ୍ଟ ହୋଇଯାଇଛି ସ୍ଥିତି । ବାଲେଶ୍ୱର ଆସନରେ ବିଜେଡିର ସୂରୂପ କୁମାର ଦାସ, ବିଜେପିର ମାନସ କୁମାର ଦତ ଓ କଂଗ୍ରେସର ମମତା କୁଣ୍ଡୁଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଛି ।
ସେପଟେ ତିର୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ସହ ମୁକାବିଲା କରିବେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ । ପ୍ରଥମେ ଦୁଇ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବାଲେଶ୍ୱର ଓ ତିର୍ତୋଲ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ସେପଟେ ତିର୍ତୋଲ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପିର ରାଜକିଶୋର ବେହେରା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/541098-election-generic.jpg)