କନକ ବ୍ୟୁରୋ:  ଦୁର୍ଘଟଣାର ଶିକାର ହୋଇ ବଦଳିଗଲା ଜୀବନର ଚିତ୍ର । ବାପାମାଆ ଓ ପରିବାରର ଭରସା ପାଲଟିଥିବା ଯୁବକ ଏବେ ଶଯ୍ୟାଶାୟୀ  ହୋଇପଡିଛନ୍ତି । ସୁବର୍ଣ୍ଣପୁର ବୀରମହାରାଜପୁର ଚମ୍ପାପୁର ଗାଁର ଯୁବକ ଶୁଭେନ୍ଦୁ ବାରିକ । ବୟସ ମାତ୍ର ୨୩ । ଦୁର୍ଘଟଣାର ଶିକାର ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି । ବାପାମାଆ ଓ ପରିବାର ଦାୟିତ୍ୱ ସମ୍ଭାଳିବା ସମୟରେ ଏବେ ଯେମିତି ପରିବାରର ବୋଝ ପାଲଟିଛନ୍ତି ଶୁଭେନ୍ଦୁ । ଝାଟିମାଟି ଚାଳ ଘରେ ନିଅଣ୍ଟିଆ ପରିବାର । ଯାହା କିଛି ଥିଲା ପୁଅ ଚିକିତ୍ସାରେ ସରିଯାଇଛି । ଏବେ ଦରକାର ଅଧିକ ଟଙ୍କା । ପୁଅ କିଭଳି ସୁସ୍ଥ ହେବ ସେ ନେଇ ମାଆ ଆଖିରୁ ଶୁଖୁନି ଲୁହ । ବାପ ରୋଜଗାରରେ ଚଳୁଛନ୍ତି ୫ ପ୍ରାଣୀ କୁଟମ୍ବ । ହେଲେ ତାହା ବି ସମୁଦ୍ରକୁ ଶଙ୍ଖେ କହିଲେ ଚଳେ । ହେଲେ ଏବେ ପୁଅ କିଭଳି ସମ୍ପୁର୍ଣ୍ଣ ସୁସ୍ଥ ହେବ ତାର କିଭଳି ଅଧିକ ଚିକତ୍ସା ହେବ ସେ ନେଇ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ଶୁଭେନ୍ଦୁଙ୍କ ପରିବାର ।

Advertisment