ବୁଡି ଯାଉଥିବା କୌଳିକ ବୃତ୍ତିକୁ ବଂଚାଇବାର ବାଟ ଦେଖାଇଲା ଟେରାକୋଟା ପ୍ରଶିକ୍ଷଣ, ଟ୍ରେନିଂ ନେଇ ମହିଳା ତିଆରି କରୁଛନ୍ତି ସୁନ୍ଦର କାରୁକାର୍ଯ୍ୟ

111

କନକ ବ୍ୟୁରୋ : ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ଆବଶ୍ୟକତା । ମାଟିକୁ ଜୀବନ୍ତ ବଂଚୁଥିବା କୁମ୍ଭକାରଙ୍କ ପାଇଁ ଅଭିଶାପ ପାଲଟିଛି ଷ୍ଲାଷ୍ଟିକ ଯୁଗ । କେବଳ ହାଣ୍ଡି ମାଠିଆ ବିକିଲେ ପେଟ ପୁରୁନଥିବାରୁ କୌଳିକ ବୃତି ଛାଡ଼ି ରାଜ୍ୟ ବାହାରକୁ ଯାଉଥିଲେ କୁମ୍ଭକାର । ହେଲ ଏବେ ସେ ଦିନ ବଦଳି ଯାଇଛି । ଟେରାକୋଟା ପ୍ରଶିକ୍ଷଣ ପାଇଁ କୁମ୍ଭାର ପରିବାର ବଂଚିବାର ରାହା ଖୋଜି ପାଇଛନ୍ତି । ମହିଳାମାନେ ମାଟିରେ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ ତିଆରି କରୁଥିବା ବେଳେ ପୁରୁଷମାନେ ମାଟିର ହାଣ୍ଡିମାଠିଆ ତିଆରି କରୁଛନ୍ତି ।

ଭଦ୍ରକ ଚାନ୍ଦବାଲି ବ୍ଲକ ବସୁଧା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ପାଇଁ ବରଦାନ ପାଲଟିଛି ଟେରାକୋଟା ପ୍ରଶିକ୍ଷଣ । ଘରେ ରୋଷେଇ ବାସ ସାରିବା ପରେ ଆକର୍ଷଣୀୟ ଟେରାକୋଟା ସାମଗ୍ରୀ ତିଆରି କରୁଛନ୍ତି । ଟେରାକୋଟାରେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଫୁଲଦାନୀ, ଖେଳନା, ହାତୀ, ଘୋଡ଼ା, ଦୀପ କିଣି ନେବାକୁ ଲୋକେ ଆଗ୍ରହ ବଢୁଛି ।

ଚାନ୍ଦବାଲି ମହୁଲିଆ ପଂଚାୟତର ଚନ୍ଦନପୁର ଗାଁରେ ପ୍ରାୟ ୪୦ କୁମ୍ଭାର ପରିବାର ବାସ କୁରୁଥିବା ବେଳେ ସମସ୍ତେ ହାତ ତିଆରି ଚକରେ ମାଟିପାତ୍ର ଗଢୁଥିଲେ । କେତେବେଳେ ମାଟିର ଅଭାବ ଥିଲା ତ କେତେବେଳେ ବଜର ସମସ୍ୟା ଥିଲା । ମାତ୍ର ଏବେ ସମୟ ବଦଳିଛି, ମହିଳାମାନେ ଏସଏଚଜି ଗ୍ରୁପ୍ ଜରିଆରେ ରିହାତି ମୂଲ୍ୟରେ ଇଲେକ୍ଟ୍ରୀ ପୋଟରୀ ଚକ ଯୋଗାଇ ଦେବା ପରେ ଟେରାକୋଟା ପ୍ରଶିକ୍ଷଣ ନେଇ ନିଜ କୌଳିତ ବୃତିକୁ ବଂଚାଇ ରଖିବା ପାଇଁ ଅଂଟା ଭିଡିଛନ୍ତି ମହିଳା ।

ଟେରାକୋଟା ଟ୍ରେନର ମାତ୍ର ୧୦ ଦିନ ପ୍ରଶିକ୍ଷଣ ଦେଇ ଆଉ ଆସୁନଥିବାରୁ ମହିଳା କାରିଗରଙ୍କ ମନରେ ଦୁଃଖ ରହିଛି ।