ଟ୍ରେନ ଦୁର୍ଘଟଣା ସମ୍ପର୍କରେ ବାପାଙ୍କୁ କହିବା ପରେ ଅଚେତ ହୋଇଯାଇଥିଲା ପୁଅ, ଶବ ଭାବି ଗାଡିରେ ଲଦି ଦେଇଥିଲେ ସେଚ୍ଛାସେବୀ 

11,983

କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣାରେ ଜୀବନ ଦୀପ ଲିଭିଯାଇଛି ଭାବି ଦେଇଥିଲେ ଉଦ୍ଧାରକାରୀଦଳ । ମୃତ ଭାବି ପୁଅକୁ ଶବ ଗଦାରେ ଫିଙ୍ଗି ଦେଇଥିଲେ ସ୍ୱେଚ୍ଛାସେବୀ । ତାଙ୍କ ଉପରେ ୮ରୁ ୧୦ଟି ଶବ ଗଦେଇ ଦିଆଯାଇଥିଲା । ତେବେ ଗାଡିରେ ଶବ ବୋହି ନେବା ସମୟରେ ଯୁବକ ଜଣକ ତାଙ୍କର ବାମ ହାତ ହଲାଇଥିଲେ । ଆଉ ଉଦ୍ଧାର କାର୍ଯ୍ୟରେ ଥିବା ସ୍ୱେଚ୍ଛାସେବୀମାନେ ତୁରନ୍ତ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଆଉ ଏବେ ସେ କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆପଣମାନେ ସେହି ଯୁବକଙ୍କୁ ଦେଖୁଛ, ଯାହାଙ୍କୁ ମୃତ ଭାବି ଶବ ଗଦାରେ ଫିଙ୍ଗି ଦିଆଯାଇଥିଲା ।

ପଶ୍ଚିମବଙ୍ଗ ହାୱଡାର ୨୪ ବର୍ଷୀୟ ଯୁବକ ବିଶ୍ୱଜିତ ମାଲିକ । ୪ ଜଣ ସାଙ୍ଗ ସହ କାମ ଧନ୍ଦା କରିବା ଲାଗି ଚେନ୍ନାଇ ଅଭିମୁଖେ ବାହାରିଥିଲେ । ତେବେ ଟ୍ରେନ ଦୁର୍ଘଟଣା ପରେ ପ୍ରାୟ ସାଢେ ସାତଟା ସମୟରେ ବିଶ୍ୱଜିତ ଅନ୍ୟ ଜଣକ ମୋବାଇଲ ନେଇ ଫୋନ କରିବା ପରେ ଅଚେତ ହୋଇ ପଡିଥିଲେ । ସ୍ୱେଚ୍ଛାସେବୀମାନେ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଯାଇଥିବା ଭାବି ଶବ ବାହାକ ଗାଡିରେ ନେଇ ଗଦେଇ ଦେଇଥିଲେ ।

ପରେ ବିଶ୍ୱଜିତର ହଲଚାଲ ଦେଖି ବାସୁଦେବପୁର ଡାକ୍ତରଖାନାକୁ ନେଇ ତାଙ୍କର ଚିକିତ୍ସା କରାଇ ଥିଲେ । ପରେ ଡାକ୍ତରଖାନା ରୁ ମଧ୍ୟ ବାପାଙ୍କୁ ଫୋନ କରି ଥିଲେ ସ୍ୱେଚ୍ଛାସେବୀ ଜନକ । ପରେ ବାସୁଦେବପୁର ଠାରୁ ଭଦ୍ରକ ସ୍ଥାନାନ୍ତରିତ କରା ଯିବା ପରେ ଦିନ ମୁଜୁରିଆ ବାପା ହେଲାରାମ ମାଲିଙ୍କ ଅନୁରୋଧ କ୍ରମେ ପୁଅକୁ ଏକ ଟାଟା ସୁମୋ ଗାଡି ରେ କଲିକତା କୁ ନେଇ ଯାଇ ଥିଲେ ବାପା । ଆଉ ପୁଅର ଅବସ୍ଥା ଏବେ ଭଲ ଥିବା କଥା ବାପା ହେଲାରାମ କହିଛନ୍ତି ।