ଖବର ପ୍ରସାରଣ ପରେ ନିଦରୁ ଉଠିଲା ବନ ବିଭାଗ । ଆଠଗଡ ସଂରକ୍ଷିତ ଜଙ୍ଗଲ ଭିତରେ ଦେଶୀ ମଦ ଭାଟିରେ ଚଢାଉ ହେଲା, ବିପୁଳ ପଣିମାଣର ପୋଚ ନଷ୍ଟ କଲେ ଆଠଗଡ, କଟକ ସଦର ଓ ମୋବାଇଲ୍ ସ୍କ୍ୱାର୍ଡ ଟିମ୍ ।

209

କନକ ବ୍ୟୁରୋ: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନ ବିଭାଗର ନିଦ ଭାଙ୍ଗିଲା । ଆଠଗଡ ସଂରକ୍ଷିତ ଜଙ୍ଗଲ ଭିତରେ ଚାଲିଥିବା ଦେଶୀ ମଦ ଭାଟିରେ ଚଢାଉ ହେଲା । ଆଠଗଡ, କଟକ ସଦର ଓ ମୋବାଇଲ୍ ସ୍ୱାର୍ଡ ଟିମ୍ ଚଢାଉ କରି ବିପୁଳ ପଣିମାଣର ପୋଚ ନଷ୍ଟ କରିଛନ୍ତି । ଅବକାରୀ ବିଭାଗ ନାକ ତଳେ ଚାଲିଥିଲା ବେଧଡକ ନିଶା କାରବାର ।

କଟକ ଜିଲ୍ଲା ଆଠଗଡ ବନଖଣ୍ଡ ସଂରକ୍ଷିଣ ଜଙ୍ଗଲ ଭିତରେ ବେଆଇନ୍ ଦେଶି ମଦ ଭାଟି ଚାଲିଥିଲା । ଏନେଇ ସ୍ଥାନୀୟ ଲୋକଙ୍କ ବାରମ୍ବାର ଜଣାଇଲେ ବି ଅବକାରୀ ବିଭାଗ କି ବନ ବନ ବିଭାଗ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଥିଲା । ଜଙ୍ଗଲ ଭିତରେ ଦିନ ଦ୍ୱିପହରରେ ମଦ ମାଫିଆମାନେ ବେଆଇନ୍ କାରବାର କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା ଚିତ୍ର ସାମ୍ନାକୁ ଆସିବା ପରେ ଆଠଗଡର ନୂଆସାହି, ଖଣ୍ଡୁଆଳି, ସରସ୍ୱତୀପୁର, କୋରଙ୍ଗା, କଅଁସର ଅଂଚଳର ଖବର ଗଣମାଧ୍ୟମରେ ପ୍ରାସରଣ ହୋଇଥିଲା । ସଂରକ୍ଷିତ ଜଙ୍ଗଲ ଭିତରେ ବେଆଇନ୍ ମଦ ପ୍ରସ୍ତୁତ ହେଉଥିବା ଦୃଶ୍ୟ ସ୍ଥାନୀୟ ଲୋକ ଦେଖିପାରୁ ଥିବା ବେଳେ ବନ ବିଭାଗ ଓ ଅବକାରୀ ବିଭାଗ କେମିତି ଜାଣି ପାରୁନାହିଁ ବୋଲି ପ୍ରଶ୍ନ ଉଠିଥିଲା ।