ଡବଲ ଡୋଜ ନେଲେ ବି ୨୦% ଲୋକଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡି । ଆଇଏଲଏସ ନିର୍ଦ୍ଦେଶକ ଦେଲେ ବଡ ସୂଚନା ।

Advertisment
ଡବଲ ଡୋଜ ନେଲେ ବି ୨୦% ଲୋକଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡି । ଆଇଏଲଏସ ନିର୍ଦ୍ଦେଶକ ଦେଲେ ବଡ ସୂଚନା ।

କନକ ବ୍ୟୁରୋ :ଡବଲ୍ ଡୋଜ୍ ଟିକା ନେଲା ପରେ ବି ୨୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେଉନି ବୋଲି ଆଇଏଲଏସ୍ ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬ଶହ ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲାସେଥିରୁ ୪୨୫ ଡେ଼ଲ୍ଟା ଭାରିଏଣ୍ଟ ବାହାରିଥିଲା, ବାକି ସାମ୍ପଲ ଅନ୍ୟ ଭାରିଏଣ୍ଟର। ତେବେ କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନି। ଅଧିକ ସାମ୍ପଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର। ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬ ହଜାର ସମ୍ପଲ ଜେନମ ସିକ୍ୱେନ୍ସିଂ ହୋଇଛି।

ଡବଲ୍ ଡୋଜ୍ ଟିକା ନେଲା ପରେ ବି ୨୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେଉନି। ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ଅନୁଧ୍ୟାନ ଚାଲିଛି। ତେବେ ସମାନ କମ୍ପାନିର କିମ୍ବା ଅନ୍ୟ କମ୍ପାନିର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି। ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ।

ଆଇଏଲଏସ୍ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇପାରେ। କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ। ଏଣୁ ନୂଆଖାଇ ଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ। ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି। ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି। ତା ଅର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି। ପାର୍ବଣରେ ସତର୍କ ରହିବାକୁ ପଡ଼ିବ। ଏବେର ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ ଆସୁଛି। ମହାରାଷ୍ଟ୍ରରେ ଟିକେ ବଢିଛି। ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି। ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ।

ରାଜଧାନୀ ଭୁବନେଶ୍ୱରରେ ଅଧିକ ଗହଳି ରହୁଛି। ଅଧିକ ଲୋକଙ୍କ ସମାଗମ ହେଉଛି, ଯେଉଁଥିପାଇଁ ପଜିଟିଭ ସଂଖ୍ୟା ସାମାନ୍ୟ ଅଧିକ ରହୁଛି । ତେବେ ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ଥିଲା। ଏବେ ୨୦୦ରୁ ୩୦୦ ଭିତରେ ରହୁଛି। ହଜାରରୁ ୩୦୦କୁ କମ ସମୟରେ ଖସିଥାଏ। କିନ୍ତୁ ୩୦୦ରୁ କମ୍ ହେବାକୁ ଅଧିକ ସମୟ ଲାଗେ। ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା। ଭୁବନେଶ୍ୱରରେ ଆଉ ୧୦ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe