ଦେଶରେ ଆରମ୍ଭ ହେଲା କରୋନା ପାଇଁ ଟିକା କରଣ । ଟିକା ନେବା ପୂର୍ବରୁ ପରେ କେମିତି ରହିବେ ସାବଧାନ । ଟିକା ନେବା ପୂର୍ବରୁ ଓ ନେବା ପରେ ମଦ ପିଇଲେ କ’ଣ ହେବ ପାଶ୍ୱ ପ୍ରତିକ୍ରିୟା ?

1,152

କନକ ବ୍ୟୁରୋ : ଆଜି ଭାରତରେ କରୋନା ଟିକାକରଣର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଯୋଦ୍ଧା ମାନଙ୍କୁ ଦିଆଯାଉଛି ଟିକା । ଏହାର ପରବର୍ତ୍ତି ପର୍ଯ୍ୟାୟରେ ସାଧାରଣ ଲୋକଙ୍କୁ ଟିକା ଦିଆଯିବ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ହେଲେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିକା ନେବା ପୂର୍ବରୁ ଓ ଟିକା ନେବା ପରେ ମଦ ପିଇବା ଉପରେ କୌଣସି ସତର୍କ ସୂଚନା ଦିଆଯାଇନାହିଁ । ହେଲେ ବିଶ୍ୱର ଅନ୍ୟ ଏକ୍ସପର୍ଟ ମାନେ ଟିକା ନେବା ପୂର୍ବରୁ ଓ ପରେ କିଛି ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।

କରୋନା ଟିକା ନେବା ପୂର୍ବରୁ ଓ ପରେ କିଛି ସାବଧାନତା ଅବଲମ୍ବନ କରିବାକୁ ଏକ୍ସପର୍ଟ ମାନେ କହିଛନ୍ତି । ଯେମିତି କି ମଦ ଠାରୁ ଦୂରେଇ ରହିବା । କାରଣ ମଦ ମଣିଷ ଶରୀରର ଇମ୍ୟୁନିଟ୍ ବୃଦ୍ଧି ଉପରେ କୁପ୍ରଭାବ ପକାଇବା ସହ ସଂକ୍ରମଣ ରୋକିବାରେ ବାଧା ସୃଷ୍ଟି କରିଥାଏ । କରୋନା ଟିକା ମୁଖ୍ୟତ ମଣିଷ ଶରୀରରେ ଇମ୍ୟୁନିଟି ବୃଦ୍ଧି କରିବା କ୍ଷେତ୍ରରେ କାମ କରୁଥିବାରୁ ଟିକା ନେବାର ଗୋଟିଏ ସପ୍ତାହ ପୂର୍ବରୁ ଓ ଟିକାର ୨ ଟି ଡୋଜ ସରିବାର ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ମଦ ନ ପିଇବାକୁ ଏକ୍ସପର୍ଟ ମାନେ କହିଛନ୍ତି ।

ଏନେଇ ଅଲଗା ଅଲଗା ଏକ୍ସପର୍ଟ ମାନଙ୍କର ଅଲଗା ଅଲଗା ରାୟ ରହିଛି । ଯେମିତିକି ସ୍ପୁଟନିକ୍ ଟିକା ପ୍ରସ୍ତୁତ କରିବାରେ ସହାୟତା କରୁଥିବା ଜଣେ ଏକ୍ସପର୍ଟ କହିଛନ୍ତି କି ଟିକା ନେବାର ୨ ସପ୍ତାହ ପୂର୍ବରୁ ଓ ଟିକା ନେବାର ୬ ସପ୍ତାହ ପର୍ଯ୍ୟନ୍ତ ମଦ ପିଇବା ଉଚିତ୍ ନୁହେଁ । ସେହିଭଳି ଭ୍ୟାକସିନ ପ୍ରସ୍ତୁତ କରୁଥିବା ଡାକ୍ତର ଆଲେକଜାଣ୍ଡର ଗିଣ୍ଟବର୍ଗ ଏକ ଟ୍ୱିଟ୍ କରି ସୂଚନା ଦେଇଥିଲେ କି ଟିକା ନେବାର ୩ ଦିନ ପୂର୍ବରୁ ଓ ଟିକା ନେବାର ୩ ଦିନ ପର୍ଯ୍ୟନ୍ତ ମଦକୁ ନେଇ ସାବଧାନ ରହିବା ଜରୁରୀ । ସେହିଭଳି ଆମେରିକାର ଜଣେ ହେଲ୍ଥ ଏକ୍ସପର୍ଟ କହିଛନ୍ତି କି ଟିକା ନେବାର ଗୋଟିଏ ଦିନ ଆଗରୁ ଓ ଟିକା ନେବାର ଗୋଟିଏ ଦିନ ପରେ ଜଣେ ମଦ୍ୟପାନ କରିପାରିବ । ଅନ୍ୟ କିଛି ହେଲ୍ଥ ଏକ୍ସପର୍ଟଙ୍କ ମତରେ ଜଦି ଆପଣ ସନ୍ତୁଳିତ ଭାବେ ମଦ ପିଉଛନ୍ତି ତେବେ କେବଳ ଟିକା ନେବା ଦିନ ଏଥିରୁ ବିରତ ରୁହନ୍ତୁ । ଯଦି ଆପଣ ପ୍ରଚୁର ମଦ ପିଉଛନ୍ତି ତାହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।