କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ସବୁ ବଦଳି ଯାଇଛି । ବିରୋଧୀଦଳର ନେତା ତଥା ଏନସିପିର ବରିଷ୍ଠ ନେତା ଅଜିତ ପାୱାର ତାଙ୍କ ସମର୍ଥୀତ ବିଧାୟକଙ୍କ ସହ ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି । କେବଳ ସାମିଲ ହୋଇ ନାହାଁନ୍ତି ବରଂ ଅଜିତ ପାୱାର ସିନ୍ଦେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ସହ ତାଙ୍କ ସମର୍ଥନରେ ଥିବା ୧୮ ଜଣ ବିଧାୟକଙ୍କ ମଧ୍ୟରୁ ୯ଜଣ ବିଧାୟକ ମଧ୍ୟ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଅଜିତ ପାୱାର ରାଜଭବନରେ ଶପଥ ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନସିପିକୁ ଘେରିଛନ୍ତି ।

Advertisment

ଅଜିତ ପାୱାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ କାର୍ଯ୍ୟକ୍ରମରେ ଭାଗିଦାରୀ ହେବାକୁ ସେ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି । ସିନ୍ଦେ ସରକାର ରାଜ୍ୟର ବିକାଶକୁ ନେଇ ପ୍ରତିଶ୍ରୁତିବଦ୍ଧ । ସିନ୍ଦେ ସରକାରରେ ଆଉ କିଛି ମନ୍ତ୍ରୀ ସାମିଲ ହେବେ ଓ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟର ବିକାଶ ଚାହୁଁଥିବା ନେତୃତ୍ୱର ଆବଶ୍ୟକତା ରହିଛି । କେବଳ ସେତିକି ନୁହେଁ ମୋଦୀଙ୍କ ବିରୋଧରେ ବିଜେପି ଏକଜୁଟ ନୁହେଁ ବୋଲି ଅଜିତ ପାୱାର କହିଛନ୍ତି । ବିରୋଧୀମାନେ ନିଜ ନିଜ ବିରୋଧରେ ଲଢେଇ କରୁଛନ୍ତି । ଏହାସହ ଆଗକୁ ଏନସିପି ଚିହ୍ନ ପାଇଁ ଲଢିବୁ ବୋଲି ଅଜିତ ପାୱାର କହିଛନ୍ତି ।