ସରିନି ‘କିମ’ଙ୍କ କାହାଣୀ! ଦୀର୍ଘଦିନ ପରେ ରହସ୍ୟରୁ ଉଠିଲା ପରଦା, ସାମ୍ନାକୁ ଆସିଲେ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନ୍ ।

775

କନକ ବ୍ୟୁରୋ: କିମ୍ ଜଙ୍ଗ ଉନଙ୍କ ରହସ୍ୟ ଉପରୁ ପରଦା ହଟାଇଛନ୍ତି ନିଜେ ଉତରକୋରିଆର ଏକଛତ୍ରବାଦ ଶାସକ । ପ୍ରାୟ ୩ସପ୍ତାହ ପରେ ସର୍ବସମ୍ମୁଖରେ ନଜର ଆସିଛନ୍ତି କିମ୍ ଜଙ୍ଗ ଉନ୍ । କୋରିଆନ ସେଂଟ୍ରାଲ ନ୍ୟୁଜ ଏଜେନ୍ସି ବା କେସିଏନ୍ ଅନୁଯାୟୀ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟ ସୁନଚିଉନରେ ଏକ ସାର କାରଖାନାର ଉଦ୍ଘାଟନ ସମାରୋହରେ ସାମିଲ ହୋଇଛନ୍ତି କିମ୍ ଜଙ୍ଗ । ଏହି ଉତ୍ସବରେ କିମ୍ ଜଙ୍ଗଙ୍କ ଭଉଣୀ କିମ୍ ଯୋ ୟୋଙ୍ଗ ମଧ୍ୟ ଉପସ୍ଥିତ ଥିଲେ ।

ଉତରକୋରିଆର ଏକଛତ୍ରବାଦ ଶାସକଙ୍କୁ ନେଇ ଦେଖାଦେଇଥିବା ରହସ୍ୟ ଉପରୁ ପରଦା ହଟାଇଛନ୍ତି ନିଜେ କିମ୍ ଜଙ୍ଗ ଉନ୍ । ପ୍ରାୟ ୩ସପ୍ତାହ ପରେ ସର୍ବସମ୍ମୁଖରେ ନଜର ଆସିଛନ୍ତି ଏହି ଏକଛତ୍ରବାଦ ଶାସକ । ଉତରକୋରିଆର ସରକାରୀ ନ୍ୟୁଜ ଏଜେନ୍ସି ଏନେଇ ରିପୋର୍ଟ ପ୍ରକାଶ କରିଛି ଯେ, ୨୦ଦିନ ପରେ ପ୍ରଥମ ଥର ପାଇଁ ସର୍ବସମ୍ମୁଖରେ ନଜର ଆସିଲେ କିମ୍ ଜଙ୍ଗ ଉନ୍ । କୋରିଆନ ସେଂଟ୍ରାଲ ନ୍ୟୁଜ ଏଜେନ୍ସି ବା କେସିଏନ୍ ଅନୁଯାୟୀ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟ ସୁନଚିଉନରେ ଏକ ସାର କାରଖାନାର ଉଦ୍ଘାଟନ ସମାରୋହରେ ସାମିଲ ହୋଇଛନ୍ତି କିମ୍ ଜଙ୍ଗ । ଏହି ଉତ୍ସବରେ କିମ୍ ଜଙ୍ଗଙ୍କ ଭଉଣୀ କିମ୍ ଯୋ ୟୋଙ୍ଗ ମଧ୍ୟ ଉପସ୍ଥିତ ଥିଲେ ।

ଏପ୍ରିଲ ୧୧ତାରିଖ ପରେ ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ସର୍ବସାଧାରଣରେ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଚାଲିଥିଲା । ଏପରିକି ହାର୍ଟ ଅପରେସନ ପରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଗୁଜବ ହୋଇଥିଲା । ଫଳରେ ସେ କେଉଁଠି ଓ କିପରି ଅବସ୍ଥାରେ ଅଛନ୍ତି ସେ ନେଇ କୌଣସି ସୂଚନା ନଥିଲା ।

ଉତରକୋରିଆ ଗଣମାଧ୍ୟମରେ କିମ୍ ଜଙ୍ଗ ଉନଙ୍କ କିଛି ଫଟୋ ମଧ୍ୟ ପ୍ରକାଶ ପାଇଛି । ଏଥିରେ କାରଖାନା ଉଦ୍ଘାଟନରେ କିମ୍ ଜଙ୍ଗ ସାମିଲ ହୋଇ ଫିତା କାଟୁଥିବା ବେଳେ ତାଙ୍କ ନିକଟରେ ତାଙ୍କ ଭଉଣୀକୁ ଦେଖିବାକୁ ମିଳିଛି । କାରଖାନର ଉଦ୍ଘାଟନ ପାଇଁ ଏହି ଭବ୍ୟ ସମାରୋହର ଆୟୋଜନ କରାଯାଇଛି । ତେବେ ଏହି ଫଟୋ ଗୁଡିକରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ନଜର ଆସୁଛନ୍ତି । କିମ୍ ଜଙ୍ଗ ଉନଙ୍କ ଜେଜେବାପା କିମ୍ ଇଲ୍ ସୁଙ୍ଗଙ୍କ ଜୟନ୍ତୀ ଉତ୍ସବରେ କିମ୍ ଅନୁପସ୍ଥିତ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କାରଣ ଉତର କୋରିଆର ପ୍ରତିଷ୍ଠାତା କିମ୍ ଇଲ୍ ସୁଙ୍ଗଙ୍କ ଜନ୍ମ ଜୟନ୍ତୀ ଉତ୍ସବ କୋରିଆର ରାଜନୈତିକ କ୍ୟାଲେଣ୍ଡର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ ।