ଆଇନ ପଢ଼ିଲେ ମିଳିଲାନି ଲାଇସେନ୍ସ । ୟୁନିଭରସିଟି ଲ’ କଲେଜର ପଢ଼ି ହଟହଟା ହେଲେ ବିହାର ଛାତ୍ର

ଆଇନ ପଢ଼ିଲେ ମିଳିଲାନି ଲାଇସେନ୍ସ । ୟୁନିଭରସିଟି ଲ’ କଲେଜର ପଢ଼ି ହଟହଟା ହେଲେ ବିହାର ଛାତ୍ର

କନକ ବ୍ୟୁରୋ : ରାଜ୍ୟର ଆଗଧାଡ଼ିର ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ୟୁନିଭରସିଟି ଲ’ କଲେଜ । ଏହି ଅନୁଷ୍ଠାନର ସାର୍ଟିଫିକେଟ ଯେ କାମରେ ଲାଗିବ ନାହିଁ, ଏକଥା ହୁଏତ କେହି ବିଶ୍ୱାସ କରିପାରିବେନି । କିନ୍ତୁ ଏପରି ଘଟିଛି ବିହାରର ଛାତ୍ର ଆୟୁଷ କାର୍ତିକେୟଙ୍କ କ୍ଷେତ୍ରରେ । ଉକ୍ରଳ ବିଶ୍ୱବିଦ୍ୟାଳୟ କୂଳସଚିବ ଏବଂ ୟୁନିଭରସିଟି ଲ’ କଲେଜର ଅଧ୍ୟକ୍ଷଙ୍କୁ, ଆୟୁଷ ଦେଇଥିବା ଏହି ଇମେଲ ଉପରେ ।
ୟୁନିଭରସିଟି ଲ’ କଲେଜରେ ପାଠ ପଡିଥିଲେ ଆୟୁଷ
ବିହାର ବାର କାଉନସିଲରେ ଓକିଲାତି ଲାଇସେନ୍ସ ପାଇଁ ସେ ଆବେଦନ କରିଥିଲେ
ବିସିଆଇ ବା ବାର କାଉନସିଲ୍ ଅଫ ଇଣ୍ଡିଆର ଅନୁମୋଦନ ନଥିବାରୁ ମିଳିନଥିଲା ଲାଇସେନ୍ସ
ୟୁନିଭରସିଟି ଲ’ କଲେଜର ବିସିଆଇ ଅନୁମୋଦନ ୨୦୧୮ରୁ ଶେଷ ହୋଇଯାଇଛି

ସବୁଠାରୁ ବଡ କଥା ଅନୁମୋଦନ ଶେଷ ହେଲେ ବି କଲେଜରେ ଚାଲିଛି ପାଠପଢା ଏବଂ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସାର୍ଟିଫିକେଟ । ଫଳରେ ଆୟୁଷ ଭଳି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ।

ଏବେ ନଜର ପକାନ୍ତୁ, ୨୦୧୭ରେ ବିସିଆଇ ପକ୍ଷରୁ ୟୁନିଭରସିଟି ଲ’ କଲେଜକୁ ଦେଇଥିବା କାରଣ ଦର୍ଶାଅ ନୋଟିସ ଉପରେ । ଏଥିରେ ଦର୍ଶାଯାଇଛି କଲେଜର ଭିତ୍ତିଭୂମି ଦୁର୍ବଳ ଏବଂ ଅଧ୍ୟାପକଙ୍କ ଅଭାବ ରହିଛି । କାହିଁକି ବିସିଆଇ ଅନୁମୋଦନ କରିବ ବୋଲି କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା ବିସିଆଇ ।

ହେଲେ ଏହାକୁ ଗୁରୁତ୍ୱ ଦେଇନଥିଲେ ୟୁନିଭରସିଟି ଲ’ କଲେଜ କର୍ତୃପକ୍ଷ । ଫଳରେ ସମସ୍ୟାରେ ପଡିଛନ୍ତି ଛାତ୍ରଛାତ୍ରୀ ।

ତେବେ କଲେଜ ଅଧ୍ୟକ୍ଷ କହିଛନ୍ତି, ସେତେବେଳେ କଲେଜର ଭିତ୍ତିଭୂମି ଭଲ ନଥିଲା, ଏବେ ପୂର୍ଣ୍ଣାଙ୍ଗ ବିକାଶ ହୋଇଛି । ୨୦୨୩-୨୪ ପର୍ଯ୍ୟନ୍ତ ବିସିଆଇର ଅନୁମୋଦନ ଲାଗି ପୂର୍ବରୁ ନିର୍ଦ୍ଧାରିତ ଦେୟ ଦିଆଯାଇଛି । ୬ମାସ ମଧ୍ୟରେ କଲେଜ ବିସିଆଇର ଅନୁମୋଦନ ପାଇଯିବ ବୋଲି ଦୃଢୋକ୍ତି କରି କହିଛନ୍ତି ଅଧ୍ୟକ୍ଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe