କିଛି ସମୟ ପରେ ତୃତୀୟ ପାଳି ପାଇଁ ଶପଥନେବେ ମୋଦୀ: ରାଷ୍ଟ୍ରପତି ଭବନରେ ପହଞ୍ଚୁଛନ୍ତି ନେତା

109

କନକ ବ୍ୟୁରୋ: କିଛି ସମୟ ପରେ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହ । ୭.୧୫ରେ ତୃତୀୟ ପାଳି ପାଇଁ ଶପଥନେବେ ମୋଦୀ । ଏହାକୁ ନେଇ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶପଥଗ୍ରହଣ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ ମିଳିଛି । ତେବେ ସେ ଏଥିରେ ସାମିଲ ହେବେ କି ନାହିଁ ନିଷ୍ପତ୍ତି ହୋଇନାହିଁ । ଏହାଛଡା ଶପଥ ସମାରୋହରେ ଦେଶର ବିଭିନ୍ନ ପଡୋଶୀ ରାଷ୍ଟ୍ର ବି ସାମିଲ ହେଉଛି । ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିନେ୍ଧ, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଖେଖ ହସିନା, ନେପାଲ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି ।

ତେବେ ନେତାମାନଙ୍କ ମଧ୍ୟରେ ଅମିତ ଶାହା, ନୀତିନ ଗଡକରୀ, କିରଣ ରିଜ୍ଜୁ, ଏଲଜେପି ନେତା ଚିରାଗ ପାସୱାନ, ନିର୍ମଳା ସିତାରମଣ, ଶିବରାଜ ସିଂ ଚୌହାନ, ହରଦୀପ ସିଂ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ମଣିପୁର ମୁଖ୍ୟମନ୍ତ୍ରୀ, ହରିୟାଣା ମୁଖ୍ୟମନ୍ତ୍ରୀ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଆଦି ଅନେକ ନେତା ପହଞ୍ଚି ସାରିଲେଣି । ସେହିପରି ବଲିଉଡ ଜଗତର ଅନେକ ନାମୀଦାମୀ କଳାକାର ଏହି ସମାରୋହରେ ସାମିଲ ହେବାକୁ ପହଞ୍ଚି ସାରିଲେଣି ।