କନକ ବ୍ୟୁରୋ : ସଟଡାଉନକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ । ଆଜି ରାତି ୮ଟାରେ ସରିବ ସଟଡାଉନ୍ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି, ସଟଡାଉନ୍ ସମୟ ସରିବା ପରେ ବଜାରକୁ ଯାଇ ଭିଡ କରନ୍ତୁ ନାହିଁ । ଅଧିକ ମାତ୍ରାରେ ଦୋକାନଙ୍କୁ ଯାଇ ଗହଳି କରନ୍ତୁ ନାହିଁ ।

Advertisment

ଆଜି ରାତି ୮ଟାରେ ସଟଡାଉନ୍ ସମୟ ଅବଧି ଶେଷ ହେବା ପରେ ଗ୍ରୋସରୀ ଦୋକାନ, ପନିପରିବା ଆଦି ଦୋକାନ ଖୋଲାହେବ । ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସର୍ବଦା ମହଜୁଦ ରହିବ । ତେଣୁ ଦୋକାନକୁ ଯାଇ ଭିଡ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସତର୍କ ରହିବା ସହ ଲକଡାଉନର ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେ କହିଛନ୍ତି ବଜାରକୁ ଯାଇ ଘରକୁ କରୋନା ଆଣନ୍ତୁ ନାହିଁ ।