ଗୁଳି ଫୁଟାଇ ଭୁଜାଲିରେ ହାଣି ଝାମ୍ପି ନେଲେ ସୁନାଗହଣା ବ୍ୟାଗ। ବାଲିଗୁଡା ନେହେରା ଛକ ପଟ୍ଟଖଣ୍ଡା ଜୁଏଲାରୀ ସାମ୍ନାରେ ଦୁର୍ବୃତ୍ତଙ୍କ ଆତଙ୍କ

324

କନକ ବ୍ୟୁରୋ: ଗୁଳି ଫୁଟାଇ, ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ସୁନା ଗହଣା ବ୍ୟାଗ । କନ୍ଧମାଳ ଜିଲ୍ଲା ବାଲିଗୁଡା ନେହେରୁ ଛକରେ ଆତଙ୍କ ଖେଳାଇ ଲୁଟ କରିଛନ୍ତି ଦୁର୍ବୃତ୍ତ । ଆଜି ସକାଳ ସାଢେ ୧୦ଟାରେ ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ନେହେରୁ ଛକରେ ଥିବା ପାଟ୍ଟଖଣ୍ଡା ଜୁଏଲାରୀ ମାଲିକଙ୍କୁ ଲୁଟ୍ କରିଛନ୍ତି ।

ସୂଚନା ଅନୁସାରେ ପାଟ୍ଟଖଣ୍ଡା ଜୁଏଲାରୀ ମାଲିକ ସୁବାସ ଆଚାରୀ ଘରୁ ବାହାରି ଦୋକାନ ଖୋଲିବାକୁ ଆସିଥିଲେ । ଦୋକାନ ଖୋଲିବା ସମୟରେ ଏକ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ବନ୍ଧୁକରୁ ଗୁଳି କରି ପ୍ରଥମେ ଆତଙ୍କ ଖେଳାଇ ଦେଇଥିଲେ । ଏହାପରେ ଜୁଏଲାରୀ ମାଲିକ ସୁବାସୀ ଆଚରୀଙ୍କୁ ଭୁଜାଲିରେ ହାଣି ସୁନା ବ୍ୟାଗ ଛଡାଇ ନେଇ ଚମ୍ପଟ ମାରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଅବସ୍ଥାରେ ସୁବାସ ଆଚାରୀଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ବୃତ୍ତଙ୍କ ପିଛା କରିଛି ।