କନକ ବ୍ୟୁରୋ: ଦିନେ ଦେଶ ସେବାରେ ନିୟୋଜିତ ଥିଲେ । ଏବେ ଜନ୍ମମାଟିର ସେବା କରୁଛନ୍ତି । ସେନାରୁ ଅବସର ନେବାପରେ ନିଜ ଜନ୍ମମାଟି ପାଇଁ କିଛି କରିବା ଲକ୍ଷ୍ୟରେ ଦୀର୍ଘ ୯ ବର୍ଷ ହେଲା ଗାଁକୁ ସଫେଇ କରୁଛନ୍ତି ୭୦ ବର୍ଷିୟ ଦୁର୍ଗାଚରଣ ରଥ । ପୋଲସରା ସଦାଶିବପୁର ଶାସନରେ ରୁହନ୍ତି ଦୁର୍ଗାଚରଣ । ଗାଁର ଗୌରବ ବଢ଼ାଇବା ସହ ସ୍ୱଚ୍ଛତାକୁ ପାଇଁ ସେ କାମ କରୁଛନ୍ତି । ନିଜେ ରାସ୍ତାରେ ଝାଡ଼ୁ ଧରି ସଫା କରନ୍ତି । ରାସ୍ତାକଡ଼ରେ ପଡ଼ିଥିବା ସମସ୍ତ ଅଳିଆ ଆବର୍ଜନା ଗୋଟାଇ ବାହାରେ ଫିଙ୍ଗନ୍ତି । ଏମିତିକି ଗାଁରେ ହେଉଥିବା ବିବାହ ଓ ବ୍ରତଘର ଭୋଜିଭାତରେ ପଡ଼ିଥିବା ଅଳିଆ ଆବର୍ଜନା ସଫା କରନ୍ତି । ତାଙ୍କ ପାଇଁ ତାଙ୍କ ଗାଁ ସବୁବେଳେ ପରିଷ୍କାର ଓ ପରିଚ୍ଛନ୍ନ ରହିଥାଏ । ଏପରିକି ଗାଁକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଲୋକଙ୍କୁ ସଚେତନ କରାଇଥାଆନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ପ୍ରତିଦିନ ୪ ଘଣ୍ଟା ସଫେଇ କାମ କରନ୍ତି ଦୁର୍ଗାଚରଣ । ଏହି କାମ ପାଇଁ ତାଙ୍କୁ ସବୁଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ । ଗାଁର କିଛି ଯୁବକ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଗାଁକୁ ସ୍ୱଚ୍ଛ ରଖିବାରେ ତାଙ୍କୁ ଆନନ୍ଦ ମିଳିଥାଏ ବୋଲି ସେ କୁହନ୍ତି ।

Advertisment